-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
କଟକ : କଟକ ସଦର ବ୍ଲକ କିଶନନଗର ଅଞ୍ଚଳରେ କରୋନା ସଂକ୍ରମଣକୁ ଦୃଷ୍ଟି ରେ ରଖି ସ୍ଥାୟୀ କିମ୍ବା ଭ୍ରାମ୍ୟମାଣ ପରୀକ୍ଷାକେନ୍ଦ୍ର ଖୋଲି ଜନସାଧାରଣଙ୍କୁ ସେଵା ଯୋଗାଇଦେବାକୁ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପତ୍ର ଲେଖି ସମସ୍ୟାର ସମାଧାନ ନିମନ୍ତେ ଦାବି କରିଛନ୍ତି । ଏହି ପତ୍ରରେ ଉକ୍ତ ପରୀକ୍ଷାକେନ୍ଦ୍ର ଖୋଲିବା ନେଇ ସମସ୍ତ ପ୍ରକାର ସହଯୋଗ ପରିଷଦ ପକ୍ଷରୁ କରାଯିବାକୁ ଉଲ୍ଲେଖ ଦିଆଯାଇଛି । ସୂଚନାଥାଉକି ଏହି କେନ୍ଦ୍ର ଖୋଲାଗଲେ ସଦର ଅଞ୍ଚଳର ବହୁ ଲୋକ ଉପକୃତ ହେବାସହ କରୋନା ରୋଗୀ ଚିହ୍ନଟ ପ୍ରକ୍ରିୟା ସହଜ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ଯୋଗାଇ ସଂକ୍ରମଣକୁ ବହୁଭାବେ ରୋକାଯାଇ ପାରିବ । (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)