-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
:ବାରିପଦା (ପ୍ରେରଣା ଖବର) ଜ୍ରକପ୍ତାର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ପ୍ରକାଶ କରିଛନ୍ତି।
ଘଟଣା ଅନୁସାରେ କରୋନା ଆକ୍ରାନ୍ତ ସନ୍ଦେହ କରି ବାରିପଦା ବନବିଭାଗ ମଙ୍ଗଳବାର ବାରିପଦା ରେଞ୍ଜ ଅଧିନରେ ଶିମିଳିପାଳର ସ୍ଥାୟୀ ବନ୍ୟପ୍ରାଣୀ ଡାକ୍ତର ପିୟୁସ ସୋରେନଙ୍କ ଦ୍ଵାରା ବଜ୍ରକପ୍ତାର ସ୍ୱାବ ନେଇ ଟେଷ୍ଟ ପାଇଁ ଲେବରେଟେରିକୁ ପଠାଯାଇଥିବା ଜଣାପଡିଛି। ଏହି ପରି ବଜ୍ରକପ୍ତାର ସ୍ଵାବ୍ ନେବା ଏବଂ ତାକୁ ପରୀକ୍ଷା କରିବା ଘଟଣା ରାଜ୍ୟରେ ପ୍ରଥମ ଥର କରାଯାଇଛି ବୋଲି ବନବିଭାଗ ପକ୍ଷରୁ ପ୍ରକାଶ। ଓଡ଼ିଶାରେ ବନ୍ୟ ପ୍ରାଣୀଙ୍କ ଏହା ପୂର୍ବରୁ ସ୍ଵାବ ଟେଷ୍ଟ କେବେ ହେଲେ କରାଯାଇ ନ ଥିବା ବେଳେ ପ୍ରଥମ ଥର ଏଭଳି ଟେଷ୍ଟ କରାଯାଇଥିବା ଜଣାପଡିଛି।