-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ) :ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଛି । ପ୍ରଥମ ଲହରୀ ତୁଳନାରେ ଦ୍ୱିତୀୟ ଲହରୀ ସଂକ୍ରମଣ ଅଧିକ ବଢୁଥିବା ବେଳେ ମୃତୁ୍ୟ ସଂଖ୍ୟା ମଧ୍ୟ ସେହ ଅନୁପାତରେ ବଢି ବଢି ଚାଲିଛି । ତେବେ ଦେଖିବାକୁ ଗଲେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶା ପୁଲିସରେ କରୋନା ଏତେଟା ପ୍ରଭାବ ପକାଇ ନାହିଁ । ଓଡ଼ିଶା ପୁଲିସରେ ସମସ୍ତ ଅଫିସର ଓ କର୍ମଚାରୀ କରୋନା ଟିକା ନେଇଥିବାରୁ ଏଥର ପୁଲିସ ବିଭାଗରେ କରୋନା ପ୍ରଭାବ ଏତେଟା ଦେଖିବାକୁ ମିଳିନାହିଁ । ଗତ ବର୍ଷ କରୋନା ସଂକ୍ରମଣରେ ୪୮ ଜଣ ପୁଲିସ କର୍ମଚାରୀ ଓ ଅଫିସର ପ୍ରାଣ ହରାଇଥିବା ବେଳେ ଚଳିତ ବର୍ଷ କୌଣସି ପୁଲିସ ଅଫିସରଙ୍କର ମୃତୁ୍ୟ ହୋଇ ନ ଥିବା ସୂଚନା ମିଳିଛି ।