-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ଭୁବନେଶ୍ୱର, (ଶୁଭାଶିଷ ନାୟକ): ରାସ୍ତାରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ନିଜ ଜମା ଅର୍ଥରୁ ୧୧ ହଜାର ଟଙ୍କା ଦାନ କରିଛନ୍ତି ୬ ବଷୟର ଶିଶୁ ଦେବଙ୍କ ଅଗ୍ରୱାଲ । ଅବିଭାବକଙ୍କ ସହ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କକୁ ଏହି ଟଙ୍କା ଦାନ କରିଛନ୍ତି ଦେବଙ୍କ । ଏହି ଟଙ୍କା ମୁଖ୍ୟତଃ ମହିଳା ପୁଲିସ କର୍ମଚାରୀଙ୍କ ପାଇଁ ଦାନ କରିଥିବା ଦେବଙ୍କ କହିଛନ୍ତି ।
ଦେବଙ୍କର ବୟସ ବର୍ତ୍ତମାନ ୬ବର୍ଷ । ସେ ପ୍ରଥମ ଶ୍ରେଣୀରେ ପଢୁଛି । ଦେବଙ୍କର କହିବା କଥା କି ପୁଲିସ ଏହି କରୋନା ସମୟରେ ରାସ୍ତା ଉପରେ ଡ୍ୟୁଟି କରି ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି । ତେଣୁ ସେମାନଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ । ତେବେ ଜଣେ କୁନି ପିଲାରେ ଏଭଳି ଚିନ୍ତାଧାରକୁ ପ୍ରଶଂସା କରିଛନ୍ତି ପୁଲିସ କମିସନର । ଛୋଟ ପିଲାର ଏହି ସାହାଯ୍ୟ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟ କରିବା ପ୍ରେରଣା ଯୋଗାଇବ ବୋଲି କମିଶନର କହିଛନ୍ତି ।