-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ) :ପ୍ରେମ ଜାଲରେ ଫଶାଇ ଯୁବତୀଙ୍କ ସହ ରେ ଶାରିରୀକ ସମ୍ପର୍କ ରଖିବା ସହ ବିବାହର ପ୍ରତିଶୃତି ଦେଇଥିଲେ । ପରେ ବିବାବ କରିବା ଆଳରେ ଯୁ୍ବତୀଙ୍କ ଠୁ ୪ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଶହୀଦ ନଗର ଥାନାରେ ଅଭିଯୋଗ ହୋଇଛି । ଯେତେବେଳେ ଯୁବତୀ ଜଣକ ଟଙ୍କା ମାଗିଲେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଯୁବକ । ଆକ୍ରମଣରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସା ହେବା ପରେ ଏନେଇ ମଙ୍ଗଳବାର ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ପରେ ପୁଲିସ ଉକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।
ସୂଚନା ଅନୁଯାୟୀ, କୋରାପୁଟ ବନ୍ଧୁଗାଁ ଥାନାର ଜଣେ ଯୁବତୀ ନୂଆପଲ୍ଲୀ ଗଡସାହିରେ ରୁହନ୍ତି । ସେ ଏକ ବେସରକାରୀ ସଂସ୍ଥାରେ କାମ କରୁଥିବା ବେଳେ ପ୍ରତିଦିନ ବସରେ ଯାତାୟାତା କରନ୍ତି । ତେବେ ସେହି ବସରେ ଯିବାବେଳେ ଯାଜପୁର ଜିଲା ବଡଚଣା ଚଣ୍ଡୀଖୋଲର ଏକ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା । କିଛିଦିନର ବନ୍ଧୁତା ପରେ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଅନେକ ସମୟରେ ଯୁବତୀଙ୍କଠୁ ଟଙ୍କା ନିଅନ୍ତି । ଏପରି ୪ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ଯୁବତୀ ଜଣକ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।
ତେବେ ଉକ୍ତ ଯୁବକ ଜଣକ ବିବାହିତ ବୋଲି ଜାଣିବା ପରେ ଗତ ମାର୍ଚ୍ଚ ୧୪ରେ ସେ ରହୁଥିବା ଜଗନ୍ନାଥ ନଗରକୁ ଦେଖା କରିବାକୁ ଯୁବତୀ ଜଣକ ଯାଇଥିଲେ । ସେଠାରେ ଯୁବତୀ ଜଣକୁ ତାଙ୍କୁ ପଚାରିବାରୁ ଉକ୍ତ ଯୁବକ ଜଣକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ସେ ଗୁରୁତର ଆହତ ହୋଇଥିଲେ । ସେଠାରେ ସେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ଉକ୍ତ ଯୁବକଙ୍କ ବିରୁଦ୍ଧରେ ମଙ୍ଗଳବାର ସେ ଶହୀଦନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।