-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ଭୁବନେଶ୍ୱର, (ଶୁଭାଶିଷ ନାୟକ): ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନା ମହାମାରୀ ସମୟରେ ରକ୍ତସଙ୍କଟ ଦୂର କରିବା ପାଇଁ ଆରମ୍ଭ ହୋଇଯାଇଛି ରାଜ୍ୟବ୍ୟାପୀ ରକ୍ତଦାନ ଶିବିର। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନା ସମୟରେ ରକ୍ତଭାବ ଦୂର କରିବା ପାଇଁ ଜୀବନ ବିନ୍ଦୁ ଏବଂ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ପରେ ଏହାକୁ ସଫଳ କରିବାକୁ ଯାଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଢେଙ୍କାନାଳ ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଙ୍କ ନେତୃତ୍ୱରେ ଢେଙ୍କାନାଳ ବ୍ଲଡ୍ ବ୍ୟାଙ୍କ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।
ଆଗାମୀ ଦିନରେ ଏହି ରକ୍ତଦାନ ଶିବିରକୁ ଆହୁରି ବ୍ୟାପକ ଭାବେ ତ୍ଵରାନିତ କରାଯିବା ସହ କରୋନା ସମୟରେ ରକ୍ତ ଅଭାବ ନ ଦେଖା ଯିବା ପାଇଁ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ଉତ୍ସାହିତ ଓ ପ୍ରତିଶୃତି ବଦ୍ଧ ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।