-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ବ୍ରହ୍ମପୁର (ଉମା ମହାରଣା): କରୋନା କଟକଣାକୁ ଫୁକରି ଚାଲିଥିଲା ବାହାଘର ଭୋଜି । ହଟାତ ଭୋଜି ପାଖରେ ପହଞ୍ଚି ଗଲେ ତହସିଲଦାର ଓ ଥାନା ଅଧିକାରୀ । ନଷ୍ଟ କଲେ ଭୋଜି ଭାତ । ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆମ୍ବଝର ନୂଆପଲ୍ଲୀ ଗ୍ରାମରେ । ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ଦୟା ବିଶୋଇ ଙ୍କ ପୁଅ ନୀଳକଣ୍ଠ ଙ୍କ ଗତ ୮ତାରିଖ ରେ ବାହାଘର ହୋଇଥିବା ବେଳେ ଆଜି ତାଙ୍କର ପୁରା ଗାଁ ଲୋକଙ୍କୁ ଭୋଜି ଦେବା ପାଇଁ ଆୟୋଜନ କରିଥିଲେ । ତେବେ କୌଣସି ସୂତ୍ର ଖବର ପାଇ ଭୋଜି ପାଖରେ ପହଞ୍ଚି ଥିଲେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ଖଲ୍ଲିକୋଟ ଥନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ।ପହଁଚି ଚିକେନ, ଭାତ, ଡାଲି, ତରକାରି, ପାଏସ,ଖଟା ପ୍ରଭୁତି ୨୦୦୦ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ସମସ୍ତ ଖାଦ୍ୟ ସାମଗ୍ରୀ କୁ ନଷ୍ଟ କରାଯାଇଥିବା ବେଳେ ୮୫୦୦ଟଙ୍କା ଫାଇନ ଆଦାୟ କରାଯାଇଛି । ଯାହାକି ଆଗାମି ଦିନରେ ଗାଁରେ ବଡ କରୋନା ସଂକ୍ରମଣ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା। କିନ୍ତୁ ପ୍ରସାଶନର ଭୋଜି ଆୟୋଜନକୁ ରୋକିବା ଯୋଗୁ ବଡ ବିପତି ଟଳିଛି। ଆଗାମି ଦିନରେ ଏଭଲି କୋଭିଡ ନିୟମ ଉଲଂଘନ କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।