-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ପୁରୀ:(ପ୍ରେରଣା ଖବର) କରୋନା ମହାମାରୀ ସମୟରେ ଶ୍ରୀମନ୍ଦିରରେ ଏକ ଅଘଟଣ ଦେଖିବାକୁ ମିଳିଛି । କାଳବୈଶାଖୀ ବର୍ଷା ପବନ ଯୋଗୁ ଶ୍ରୀମନ୍ଦିର ନୀଳଚକ୍ର ବାନା ବାଉଁଶ ଭାଙ୍ଗି ଯାଇଛି । ବାଉଁଶ ଅଧା ଭାଙ୍ଗି ଯାଇଥିବା ବେଳେ ପାତକା ତଳକୁ ନଇଁ ପଡିଛି । ତେବେ ଏଥିପାଇଁ ଠାକୁରଙ୍କ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନଥିବା ସେବାୟତମାନେ କହିଛନ୍ତି ।
କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ପବନ ସହ ବର୍ଷା ଲାଗି ରହିଥିଲା । ଏହି ସମୟରେ ନୀଳଚକ୍ରରେ ବନ୍ଧା ଯାଇଥିବା ବାଉଁଶ ଭାଙ୍ଗି ପଡ଼ିଥିଲା । ପରେ ଶ୍ରୀମନ୍ଦିରର ଥିବା ସେବାୟତମାନେ ଏହି ବାଉଁଶକୁ ଠିକ କରି ଦେଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଆଜି କାଳବୈଶାଖୀଜନିତ ବର୍ଷାରେ ବଜ୍ରପାତ ଘଟି ଦୁଇ ଲୋକଙ୍କର ମୃତୁ୍ୟ ହୋଇଥିବା ବେଳେ ଦୁଇ ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ସଦର ଥାନା ବରକାନୀ ଗାଁରେ ଦୁଇ ଜଣ ମହିଳା ଗାଧୋଇବା ପାଇଁ ପୋଖରୀକୁ ଯାଇଥିବା ବେଳେ ଝଡ଼ତୋଫାନ ସହିତ ବିଜୁଳି ମାରିଥିଲା । ଆଉ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତ ମହିଳାଙ୍କ ନାଁ ପାଣିବୁଡ଼ି ମେଶ୍ୱା(୬୫) । ସେହିପରି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି ।