-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ସହିତ ହସ୍ପିଟାଲ କର୍ମଚାରୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ତେବେ ଟିକା ନେବା ପରେ ପ୍ରତି ୭ ଜଣରେ ଜଣେ ହସ୍ପିଟାଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହେଉଥିବା ଏକ ସର୍ଭେରୁ ଜଣାପଡ଼ିଛି। ଏସମ୍ପର୍କରେ ଡାଇବେଟିସ୍ ଆଣ୍ଡ୍ ମେଟାବୋଲିକ୍ ସିଣ୍ଡ୍ରମ୍: କ୍ଲିନିକାଲ ରିସର୍ଚ୍ଚ ଆଣ୍ଡ ରିଭ୍ୟୁ ପତ୍ରିକାରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଏହି ସର୍ଭେ କରାଯାଇଥିଲା। ହସ୍ପିଟାଲର ୧୨୩ କର୍ମଚାରୀଙ୍କ ମଧ୍ୟରୁ ୧୧୩ ଜଣଙ୍କୁ କରୋନା ଟିକାଦାନ କରାଯାଇଥିଲା। ସେଥିମଧ୍ୟରୁ ୨୮ ଜଣଙ୍କୁ କୋଭାକ୍ସିନ୍ ଏବଂ ୮୫ ଜଣଙ୍କୁ କୋଭିଶିଲ୍ଡ୍ ଟିକା ଦିଆଯାଇଥିଲା। ଟିକାର ପ୍ରଥମ ଡୋଜ୍ ନେଇଥିବା ୧୧୩ ଜଣଙ୍କ ମଧ୍ୟରୁ ୧୦୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଥିଲା। ଟିକା ନେଇ ଥିବା ୧୧୩ ଜଣଙ୍କ ମଧ୍ୟରୁ ୧୫ଜଣଙ୍କଠାରେ ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ଦେଖାଦେଇଥିଲା। ଅର୍ଥାତ୍ ଟିକା ନେଇଥିବା ୧୩.୩ ପ୍ରତିଶତ କର୍ମଚାରୀ କରୋନା ମହମାରୀ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ରିପୋର୍ଟରେ କୁହାଯାଇଛି। ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୧୪ ଜଣଙ୍କଠାରେ କରୋନାର ସାଧାରଣ ଲକ୍ଷଣ ପ୍ରକାଶ ପାଇଥିତ୍ବା ହେଲଥ୍ କେୟାର ଅଧ୍ୟକ୍ଷ ଡାକ୍ତର ଅନୁପ ମିଶ୍ରା ସୂଚନା ଦେଇଛନ୍ତି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)