-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ଲୋଇସିଂହା, (ବିନୋଦ କୁମାର ଦୀପ): କଥାରେ ଅଛି ଭାଇ ହେଲା ଭଗାରୀ ଏଭଳି ଅଭାବନିୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ କୁଶୁମେଲ ପଂଚାୟତରେ l କୁଶମେଲ ଗ୍ରାମରେ, ନିଜ ହାତରେ ରକ୍ତ ସମ୍ପର୍କର ବଡଭାଇକୁ ହତ୍ୟା କରିଛି ସାନଭାଇ । ସମ୍ପତ୍ତି ପାଇଁ ଭାଇ ଖେଳିଛି ରକ୍ତର ହୋଲି । ଏପରି ଏକ ଘଟଣା ଘଟିଛି କୁସମେଲ ଗ୍ରାମରେ । ଆଜି ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗାଁ ପାହାଡ ନିକଟରେ ଜଣେ ବ୍ୟକ୍ତିଙ୍କ ଶବ ପଡିଥିବା ନେଇ ସ୍ଥାନୀୟ ଗ୍ରାମ ର ଲୋକେ ସଦରଥାନାକୁ ଖବର ଦେଇଥିଲେ । ବଲାଙ୍ଗୀର ଏସ.ଡି.ପି.ଓ ତୋଫାନ ବାଗ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଥିଲେ । ତଦନ୍ତରୁ ଜଣାପଡିଛି ଯେ ଶବଟି କୁସମେଲ ଗାଁର ଚନ୍ଦ୍ରଶେଖର କରଚେଲ ବୋଲି । ଗତ 5 ତାରିଖ ରାତ୍ରିରୁ ଚନ୍ଦ୍ରଶେଖର ନିଖୋଜ ଥିଲେ । ଗତ କିଛିଦିନ ହେଲା ସମ୍ପତ୍ତି ଭାଗବଣ୍ଟାକୁ ନେଈ ଚନ୍ଦ୍ରଶେଖର ସହିତ ସାନଭାଇ ନିରଜ କରଚେଲର ଝଗଡା ହୋଇଥିଲା । ତେଣୁ ବଡଭାଇକୁ ହତ୍ୟା କରିବା ପରେ ସାନଭାଇ ଶବକୁ ପାହାଡ ନିକଟରେ ଫିଙ୍ଗି ଦେଇଥିବା ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି l