-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ବଲାଙ୍ଗିର(ପ୍ରେରଣା ଖବର) :ବସ୍ ମାଲିକ କୁଞ୍ଜ ବିହାରୀ ଭୋଇଙ୍କ ଆଜି ସଂଧ୍ୟା ୫ଘ ୩୦ମି. ରେ ମିନିଟରେ ବୁର୍ଲା ସ୍ଥିତ ସମଲେଶ୍ଵରୀ ହସ୍ପିଟାଲ ରେ ପରଲୋକ ହୋଇ ଯାଇଛି । ବଲାଙ୍ଗିର ବସ ମାଲିକ ସଂଘର ସେ ଜଣେ ପ୍ରଗତିଶୀଳ ଓ ପରୋପକାରୀ ସଭ୍ୟ ଭାବେ ଭାବେ ଜଣାଶୁଣା ଥିଲେ । ଦୀର୍ଘ ବର୍ଷ ଧରି ତାଙ୍କ ବସ୍ ପ୍ରସିଦ୍ଧ ପର୍ଯ୍ୟଟନ ପୀଠ ହରିଶଙ୍କରରୁ ବଲାଙ୍ଗିର କୁ ଯିବା ଆସିବା କରୁଥିଲା। ହରିଶଙ୍କର କୁ ଗମନାଗମନ ର ପର୍ଯ୍ୟାସ୍ତ ସୁବିଧା ନ ଥିବା ବେଳେ ସେ ପ୍ରଥମେ ବସ ସେବା ଆରମ୍ଭ କରିଥିଲେ । ଗତ କିଛି ଦିନ ତଳେ ସେ କୋଭିଡ ରେ ପିଡୀତ ଥିଲେ । କିସ୍ କୋଡ଼ିଡ ହସ୍ପିଟାଲ ରେ ୧୫ ଦିନ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ପୁଣି ଅସୁସ୍ଥତା ଅନୁଭବ କରିବାରୁ ବୁର୍ଲା ସମଲେଶ୍ବରୀ ହସ୍ପିଟାଲରେ ଏଡ୍ମିଟ କରାଯାଇଥିଲା । କିନ୍ତୁ ଆଜି ସଂଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କର ପରଲୋକରେ ଜିଲ୍ଲା ଘରୋଇ ବସ ମାଲିକ ସଂଘରେ ଶୋକର ଛାୟା ଖେଳି ଯାଇଛି । ଦୁଇ ଦିନରେ ଦୁଇ ଜଣ ବସ ମାଲିକଙ୍କ ବିୟୋଗରେ ଘରୋଇ ବସ ମାଲିକ ସଂଘର ସଭ୍ୟ ମାନେ ମ୍ରିୟମାଣ ହୋଇ ଯାଇଛନ୍ତି । ଗତ କାଲି ସ୍ଵରାଜ ସିଂଦେଓଙ୍କ ପରଲୋକ ହୋଇଥିଲା । ଆଜି ପୁଣି ସଂଘର ସକ୍ରିୟ ସଭ୍ୟ କୁଞ୍ଜ ବିହାରୀ ଭୋଇଙ୍କ ବିୟୋଗ ସଂଘ ପାଇଁ ଅପୂରଣୀୟ କ୍ଷତି ବୋଲି ବସ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡା କହିଛନ୍ତି । ଖବର ଜାଣିବା ପରେ ଓଡିଶା ରାଜ୍ୟ ଘରୋଇ ବସମାଲିକ ସଂଘ ସଭାପତି ଲୋକନାଥ ପାଣି ଓ ସମ୍ପାଦକ ଦେବେନ୍ଦ୍ର ସାହୁ ଙ୍କ ସମେତ ରାଜ୍ୟର ଅନେକ ଆଞ୍ଚଳିକ ବସ ମାଲିକ ସଂଘ ଶୋକ ପ୍ରକାଶ କରିଛନ୍ତି ।