-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
06-May-2021
କଣ୍ଟାବାଞ୍ଜି:(ପ୍ରେରଣା ଖବର) ଦିନକୁ ଦିନ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି ଯାହା ଫଳରେ ଜୀବଜନ୍ତୁ ମାନେ ଗାଁ ମୁଁହା ହେଉଛନ୍ତି।କିଛିଦିନ ହେଲା ଗୋଟିଏ ଦଳ ମାଙ୍କଡ଼ ବ୍ରାହ୍ମଣୀ, ରଜାମରା ଓ ଜାମୁଟଝୁଲା ଗ୍ରାମକୁ ପଶି ଆସି ପନିପରିବା, ଆମ୍ବ
ଆଦି ଗଛ ଗୁଡିକୁ ନଷ୍ଟ କରିବାରେ ଲାଗିଛନ୍ତି।ଅଚାନକ ବ୍ରାହ୍ମଣୀ ଗାଁରେ ଗୋଟିଏ ଛୋଟ ମାଙ୍କଡ଼ ଛୁଆକୁ ମାଙ୍କଡ଼ ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଯାହାଫଳରେ ଛୁଆଟି ଗୁରୁତର ଭାବେ ରାସ୍ତାରେ ପଡି ରହିଥିଲା।ଠିକ ସେତିକି ବେଳେ ଜାମୁଟଝୁଲା ଗ୍ରାମର ବିନୋଦ ପୁଟେଲ ଆସିବା ବେଳେ ତାଙ୍କ ଦୃଷ୍ଟି ଗୋଚର ହୋଇଥିଲା।କାଳ ବିଳମ୍ବ ନ କରି ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ।ତା
ପରେ କଣ୍ଟାବାଞ୍ଜି ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ।ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ସେଠ ମାଙ୍କଡର କ୍ଷତ ଯାଗା ମାନଙ୍କରେ ୨୫ଗୋଟି ଷ୍ଟିଚ ଦେଇ ସିଲେଇ କରି ଔଷଧପତ୍ର ଦେଇଥିଲେ।ଚିକିତ୍ସା ପରେ ବିନୋଦ ପୁଟେଲ ମାଙ୍କଡ଼ ଛୁଆକୁ ନିଜ ଘରକୁ ନେଇ ସେବା ସୁଶ୍ରୂଷା କରୁଛନ୍ତି ଯାହା ଫଳରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି।