-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
06-May-2021
ଗଞ୍ଜାମ (ଉମା ମହାରଣା) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଲପୁର ଗ୍ରାମ ନିକଟ ଚିଲିକାରେ ଅଘଟଣ । ରାମ ମୃର୍ତ୍ତି ବିସର୍ଜନ କରୁଥିବା ବେଳେ ଚିଲିକାରେ ବୁଡି ୩ ଜଣ ଗୁରୁତର ହୋଈଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି ା ସୂଚନା ମୁତାବକ ଚିଲିକା ନିକଟବର୍ତ୍ତି ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜାର ଆଜି ବିସର୍ଜନ କରିବା ପାଇଁ ଡଙ୍ଗା ସାହାଯ୍ୟ ରେ ଚିଲିକା ଭିତରକୁ ଯାଇଥିବା ବେଳେ ହଟାତ ଗଭିର ପାଣି ଭିତରକୁ ଚାରିଜଣ ଡଙ୍ଗାରୁ ଖସି ପଡିଥିଲେ । ପରେ ପାଖରେ ଥିବା ଡଙ୍ଗା ସାହାଯ୍ୟ ରେ ୩ ଜଣଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲ ନିଆଯାଇଥିବା ବେଳେ ଜଣେ ନିଖୋଜ ଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଅଗ୍ନିଶମ ବାହିନୀ ଓ ପଥରା ଗ୍ରାମର ଯୁବ ଗୋଷ୍ଠୀ ମିଳିତ ଭାବେ ଦିର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଖୋଜ ଥିବା ଯୁବକୁ ଉଦ୍ଧାର କରାଯାଇଥିଲା । ଓ ତାପରେ ଅଗ୍ନିଶମ ବାହିନୀ ଗାଡ଼ି ଯୋଗେ ଯୁବକ ଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ମୃତ ଯୁବକ ଜଣକ ହେଲେ ଓଡ଼ିଆ ଆଲପୁର ଗ୍ରାମର ସନ୍ତୋଷ ତରେଇ ଙ୍କ ପୁଅ ବିଭୁତି ତରେଇ ବୋଲି ଜଣାପଡ଼ିଛି ।