-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
05-May-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର): କରୋନା ବିରୁଦ୍ଧରେ ଲଢେଇ କରିବା କ୍ଷେତ୍ରରେ କୋଭିଡ କଟକଣାକୁ ପାଳନ କରିବା ସହିତ ଟିକା ସଞ୍ଜିବନୀ ସାବ୍ୟସ୍ତ ହୋଇଛି l ରାଜ୍ୟ ସରକାର ମଧ୍ୟ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରି ସାରିଛନ୍ତି lଏହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସ୍ଵତନ୍ତ୍ର ଭବରେ ଟୀକାକରଣ କରାଯାଇଥିଲା l ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଟିକା ପ୍ରଦାନ କରିବାର ବ୍ୟବସ୍ଥାକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି l ସ୍ଥାନୀୟ ମନୋହରପୁର ପୋଲିସ ହସ୍ପିଟାଲ ଠାରେ ଆଜି ସକାଳ 10 ଟା ରୁ 12 ଟା ପର୍ଯ୍ୟନ୍ତ ଆୟୋଯିତ ଏହି ଟୀକାକରଣ ରେ ଜିଲ୍ଲାର ବହୁ ଗଣମାଧ୍ୟମ ପ୍ରତିନିଧି ଟିକା ନେଇଥିଲେ l ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରlଣlଙ୍କ ଉପସ୍ଥିତିରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଏହି ଟିକାକରଣ ପ୍ରକ୍ରିୟାରେ ବିଶେଷ ସହଯୋଗ କରିଥିଲେ l ଜିଲ୍ଲାର ବହୁ ଗଣମାଧ୍ୟମ ପ୍ରତିନିଧି ଏହି ଟିକାକରଣ ସମୟରେ ଉପସ୍ଥିତ ଥିଲେ l