-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
05-May-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) :ବଲାଙ୍ଗିର ଜିଲ୍ଲା ଚୂଡାପାଲି ହସପିଟାଲରେ କାର୍ଯରତ ଫାର୍ମାଶିଷ୍ଟ ଦିବାକର ପରିଡା କରୋନାରେ ମୃତ। ସୂଚନା ଅନୁଯାୟୀ ହସପିଟାଲରେ ଡ୍ୟୁଟି କରୁଥିବା ସମୟରେ ଗତ ସପ୍ତାହେ ତଳେ କରୋନା ସଂକ୍ରମଣର ଶିକାର ହୋଇଥିଲେ ଦିବାକର । ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା । କରୋନା ସହିତ ଲଢେଇ କରୁ ଦିବାକର ପରିଡାଙ୍କ ଜୀବନ ଦୀପ ଲିଭିଯାଇଛି । ମୃତ ପରିଡାଙ୍କ ଶବକୁ ହସପିଟାଲ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ୍ ରାଣା, ସି.ଡି.ଏମ. ଡାକ୍ତର ଭୀମ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ । ଓଡିଶା ଫାର୍ମାଶିଷ୍ଟ ଆସୋସିଏସନ ବଲାଙ୍ଗିର ଶାଖା ତରଫରୁ ମଧ୍ୟ ସ୍ୱର୍ଗତ ପରିଡାଙ୍କ ବିୟୋଗରେ ଶୋକସଭା କରାଯାଇଥିଲା । ଦିବାକର ପରିଡା କରୋନାକୁ ଖାତିର ନକରି କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଦିନରାତି କାମ କରିଥିଲେ । ଗାଁକୁ ଗାଁ ଯାଇ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା କରାଉଥିଲେ । ତାଙ୍କ ଵିୟୋଗରେ ଚୁଡାପାଳି ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି ।