-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2020
ଘରୋଇ ହସ୍ପିଟାଲ୍ମାନଙ୍କ ଦାବି ଅନୁଯାୟୀ ଏହାଦ୍ବାରା ଅଣ କୋଭିଡ୍ ରୋଗୀଙ୍କ ଚିକିତ୍ସା ପ୍ରଭାବିତ ହେବ। ହାଇକୋର୍ଟ ମଧ୍ୟ ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଥିଲେ। ଏହା ଅଯୌକ୍ତିକ ବୋଲି ହାଇକୋର୍ଟ କହିଥିଲେ। କିନ୍ତୁ ଗତ ବୁଧବାର ଦିନ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଥିଲେ ଯେ, ଦିଲ୍ଲୀରେ ଆଇସିୟୁ ବେଡ୍ର ଅଭାବ ବଢ଼ି ଚାଲିଛି। ଅନ୍ୟ ପକ୍ଷେ ଘରୋଇ ହସ୍ପିଟାଲ୍ ଗୁଡ଼ିକ ୮୦ ପ୍ରତିଶତ ଆଇସିୟୁ ବେଡ୍ ସଂରକ୍ଷିତ ରଖିବା କଷ୍ଟଦାୟକ ବୋଲି କହିଛନ୍ତି। ଏହାଦ୍ବାରା ଅଣ କୋଭିଡ୍ ରୋଗୀଙ୍କ ଚିକିତ୍ସା ପ୍ରଭାବିତ ହେବ ବୋଲି କୁହାଯାଇଛି। ଦିଲ୍ଳୀ କରୋନା ଆପ୍ ଅନୁଯାୟୀ ଦିଲ୍ଲୀରେ ଉପଲବ୍ଧ ଥିବା ୧୩୧୦ ଭେଣ୍ଟିଲେଟର ବେଡ୍ ମଧ୍ୟରୁ ୮୨୫ ଟି ବେଡ୍ ତଥା ୬୨.୯ ପ୍ରତିଶତ ବେଡ୍ ଏବେ ଫିଲଅପ୍ ହୋଇସାରିଛି। ଆଉ ମାତ୍ର ୩୭ ପ୍ରତିଶତ ତଥା ୪୮୫ ଟି ଭେଣ୍ଟିଲେଟର ବେଡ୍ ଖାଲି ରହିଛି!!