-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
30-Nov--0001
ବଲାଙ୍ଗିର (ପ୍ରେରଣା ଖବର) :ଆଜି ବଲାଙ୍ଗୀର ସହରର ରୁଗୁଡି ପଡା ଠାରେ କରୋନା ଆକ୍ରାନ୍ତ ରେ ମାଁ ଓ ପୁଅଙ୍କ ମୃତ୍ୟୁ ଘଟିଯାଇଛି। କରୋନାର କରୁଣ ଚିତ୍ରରେ ଆଜି ରୁଗୁଡି ପଡା ବାସି ଆତଙ୍କିତ ହୋଇଯାଇଛନ୍ତି। ପ୍ରଥମେ ମାଁ ପେର୍ମଶୀଳା ମିଶ୍ର ବୟସ ୭୬ କରୋନାରେ ଆକ୍ରାନ୍ତ ହୋଇ ଭୂବନେଶ୍ବର ଏକ ଘରୋଇ ନରସିଂହ ହୋମ ଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ଘଟିଯାଇଥିବା ବେଳେ ଆଜି ତାଙ୍କ ସାନ ପୁଅ ମନୋଜ ମିଶ୍ର ମାତ୍ର ବୟସ ୩୫ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଠାରେ ଚିକିତ୍ସିତ ହେଉଥିବା ବେଲେ ମୃତ୍ୟୁ ଘଟିଯାଇଛି। ଏହି ଦୁଃଖତ ଘଟଣା ମାଁଙ୍କ ଶବ ସଂସ୍କାର କରି ଭୂବନେଶ୍ବର ଠାରୁ ଫେରୁଥିବା ବେଲେ ଅଧ ବାଟରେ ଶୁଣି ତାଙ୍କ ବଡ ଭାଇ ସରୋଜ ମିଶ୍ର ଭାଙ୍ଗି ପଡିଛନ୍ତି ।କରୋନା ନିୟମ କୁ ଆଖିଆଗରେ ରଖି ଶବ ଦାହ ସରୋଜ ମିଶ୍ର ମୁଖାଗ୍ନି ଦେଲେ।ପ୍ରକାଶ ଥାଉଯେ ମନୋଜ ଜଣେ ମେଧାବୀ ଛାତ୍ର ରହିଥିଲେ ସେ ପଡୋଶୀ ରାଜ୍ୟ ଛତିଶଗଡ ରାୟପୁର ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏକ ଶାଖା ର ପରିଚାଳକ ରହିଥିଲେ।