-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
24-Apr-2021
ଆସିକା(ଦୀପକ ଗୌଡ଼):ରାଜ୍ୟରେ କରୋନା ର ଦ୍ୱିତୀୟ ଲହରୀ ସଂକ୍ରମଣ ବଢୁଥିବା ବେଳେ କରୋନା ପଜିଟିଭ ଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବୃଦ୍ଧି ପାଉଛି। ଏହାକୁ ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ପୁଣି ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ କରିଛନ୍ତି । ପୂର୍ବରୁ ୧୦ଟି ସୀମାବର୍ତ୍ତୀ ଜିଲ୍ଲାରେ ଶନିବାର-ରବିବାର (ସପ୍ତାହାନ୍ତ) ସଟ୍ଡାଉନ୍ ଜାରି ରହିଥିବାବେଳେ ଆଜିଠାରୁ ଏହାକୁ ରାଜ୍ୟର
ସମସ୍ତ ସହରାଞ୍ଚଳରେ ଲାଗୁ କରାଯାଇଛି । ତେବେ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ବଳବତ୍ତର ଥିବାବେଳେ ଏଣିକି ସାରା ରାଜ୍ୟରେ ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା କରାଯାଇଛି।ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲା ଆସିକା ଠାରେ ମଧ୍ୟ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କରୋନା ମୁକାବିଲା କରିବା ଲାଗି ସବୁ ପ୍ରକାରର ପ୍ରସ୍ତୁତି ହୋଇଛି । ଆସିକା ପୋଲିସ ତରଫରୁ କଡାକଡି ଚେକିଂ ମଧ୍ୟ ଜାରି ରହିଛି। ତେବେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦେଶ କ୍ରମେ ସକାଳ ୫ଟାରୁ ୬ଟା ଘଂଟାଏ କୋହଳ କରାଯାଇଛି ସଟଡାଉନ। କାହିଁକି ନା ଲୋକମାନେ ପ୍ରାତଃ ଭ୍ରମଣ, ବ୍ୟାୟମ, ମର୍ଣ୍ଣିଂୱାକ୍ ଓ ସାଇକେଲିଂ କରିପାରିବେ । ଅତ୍ୟାବଶ୍ୟକ ଜରୁରୀକାଳୀନ ସେବା
ଯୋଗାଉଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଖୋଲା ରହିବ । ପେଟ୍ରୋଲ୍ ପମ୍ପ, ଟେଲିକମ୍ ସେବା, ଏଲ୍ପିଜି
ଯୋଗାଣ, ଜଳଯୋଗାଣ, ବିଦ୍ୟୁତ୍ ଯୋଗାଣ, ଖାଦ୍ୟ ଯୋଗାଣକାରୀ ଏବଂ ଖବରକାଗଜ, ସାମ୍ବାଦିକଙ୍କ ସହ ଯାତ୍ରୀ ମାନେ ସେମାନଙ୍କ ସଠିକ ଆଇଡ଼ କାର୍ଡ ଦେଖାଇ ଯାତାୟତ କରିପାରିବେ।