-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
18-Apr-2021
ବଲାଙ୍ଗିର, ବରିଷ୍ଠ ସମାଜସେବୀ ସ୍ୱର୍ଗତ ହରିନାରାୟଣ ଜୈନଙ୍କ ଷଷ୍ଠ ପୁଣ୍ୟ ତିଥି ରେ ସ୍ଥାନୀୟ ତେରାପନ୍ଥ ଭବନ ପରିସରରେ କେଭିଡ୍ ନିୟମ ପାଳନ ସହ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ହୋଇ ହରିନାରାୟଣ ଜୈନଙ୍କ ସମାଜ ପ୍ରତି ରହିଥିବା ସମର୍ପଣକୁ ମନେ ପକାଇଥିଲେ । ପୂଜ୍ୟ ପୂଜା ସଂଗଠନ ସଭାପତି ଡା. ଅଶୋକ କୁମାର ସେଠି ସଭାପତିତ୍ୱ କରିଥିବା ବେଳେ ନାଗରିକ କମିଟି ସଂପାଦକ ବିଷ୍ଣୁ ପ୍ରସାଦ କେଡିଆ ସଭା ପରିଚାଳନା କରିଥିଲେ । ସ୍ୱର୍ଗତ ହରିନାରାୟଣଙ୍କ ସୁପୁତ୍ର ଇଂ.ମନୋଜ ଜୈନ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ସ୍ୱ. ହରିନାରାୟଣଙ୍କ ପୁତ୍ରବିଧୂ ସନ୍ତୋଷ ଜୈନ ଓ ବବିତା ଜୈନ ମଙ୍ଗଳା ଚରଣ ପାଠ କରିଥିଲେ । ନାଗରିକ କମିଟି ସଭାପତି ବିକ୍ରମ ବିହିଦାର, ମାରୱାଡି ସମ୍ମେଳନ ଅଧ୍ୟକ୍ଷ ମହେନ୍ଦ୍ର ଅଗ୍ରୱାଲ, ସଂପାଦକ ମୋହନ ଅଗ୍ରୱାଲ, ଉପାଧ୍ୟକ୍ଷ ବଳରାମ ଅଗ୍ରୱାଲ, ମାରୱାଡି ସମ୍ମେଳନ ପ୍ରାନ୍ତିୟ ଉପାଧ୍ୟକ୍ଷ ଗୌରି ଶଙ୍କର ଅଗ୍ରୱାଲ, ରାଜ କୁମାର ମୋଦୀ, ରୋଟାରୀ କ୍ଲବ ଅଧ୍ୟକ୍ଷ ସଂଜୟ ଅଗ୍ରୱାଲ, ମହିଳା ସମିତି ଅଧ୍ୟକ୍ଷା ନିରୁ ଅଗ୍ରୱାଲ, ବାବୁଲାଲ ଖେଡିଆ, କହ୍ନେୟା ଅଗ୍ରୱାଲ ଆଦି ସଦସ୍ୟଗଣ ସ୍ୱ. ହରିନାରାୟଣ ଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଭୀମ ଭୋଇ ପୀଠ ରେ ଯୋଗଦାନ ପାଇଁ ଛତ୍ରଧାରୀ ଅଗ୍ରୱାଲ ଏବଂ କୋଭିଡ୍ ଯୋଦ୍ଧା ସମ୍ମାନ ମନୀଷ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ମନୋଜ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।