-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
17-Apr-2021
ବୌଦ୍ଧ(ଶ୍ରୀବନ୍ତମେହେର),ଓଡିଶା ମୋ ପରିବାର ଅନୁକୂଲ୍ୟ ଓ କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ଆଜି ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଓଡିଶା ରାଜନୀତିର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଓ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କଣ୍ଟାମାଲ ବିଧାୟକ ମହିଧର ରଣା ମୁଖ୍ୟ ଅତିଥି ଏବଂ କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ କୃତିବାସ ପାତ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଏହିଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବି ଜେ ଡି ନେତା ରୋହିତ ହୋତାଙ୍କ ତତ୍ୱବାଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ବିଧାୟକ ଶ୍ରୀ ରଣା ଉଦଘାଟନ କରିଥିଲେ। ଶିବିରରେ ମୋଟ ୫୧ ଜଣ ରକ୍ତଦାନ କରିଥିଲେ। ମନମୁଣ୍ଡା ସି ଏଚ ସି ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ସଏ ଙ୍କ ସହ ଅନ୍ୟ କର୍ମଚାରୀ ମାନେ ରକ୍ତଦାନ ଶିବିର ପରିଚାଳନା କରିଥିଲେ