-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
19-Oct-2020
ପାରଳାଖେମୁଣ୍ଡି, ପାରଳାଖେମୁଣ୍ଡିରେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ । ବାସଭବନ ସହିତ ୬ଟି ସ୍ଥାନରେ ଏକକାଳୀନ ଚଢାଉ । ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଅଧ୍ୟାପକ ଜି ନାଗେଶ୍ୱର ରାଓଙ୍କ ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ବାସଭବନରେ ଭିଜିଲାନ୍ସର ଗୋଟିଏ ଟିମ୍ ଚଢାଉ କରିଛନ୍ତି!!ମୋଟ୍ ୬ଟି ଟିମ୍ ଏହି ଚଢାଉରେ ସାମିଲ ହୋଇଛି । ଜି ନାଗେଶ୍ୱର ରାଓ , ପାରଳାଖେମୁଣ୍ଡିର ଗୁରାଣ୍ଡିରେ ଥିବା ମୀନକେତନ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ଶେଷ ଖବର ସୁଦ୍ଧା ୩୦ ଲକ୍ଷରୁ ଅଧିକ ଟଙ୍କା ସହିତ ସୁନା ଅଲଙ୍କାର ଜବତ ହୋଇଛି । ୨ କୋଟି ଟଙ୍କାର ଘର , ଅନ୍ୟ ବ୍ୟାଙ୍କ ଆକାଉଂଟ ଓ ଗାଡି ଜବତ ହୋଇଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡିରର ବଡ ବ୍ରାହ୍ମଣ ସାହି, ବେତପଡା, ଚିପୁରୁ ପଲ୍ଲୀ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏହି ଚଢାଉ କରିଛି । ଚଢାଉ ଜାରି ରହିଥିବାରୁ ଜବତ ସଂପତିର ମୂଲ୍ୟ ଅଧିକ ହେବ ବୋଲି ଆକଳନ କରାଯାଉଛି!!