-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2020
*ବଲାଙ୍ଗୀର, ୨୬-୦୯ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଳକ ଅଞ୍ଚଳରେ ଫସଲ ବୀମା ଯୋଜନା ଟଙ୍କାରୁ ବଂଚିତ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀଙ୍କ ସହ ବ୍ଲକ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ରହିଥିଲେ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଚାଷୀ ୨୦୧୯ ମସିହା ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଆଜି ପର୍ଯ୍ୟନ୍ତ ମିଳିନଥିବାରୁ ବ୍ଲକ ଅଧକ୍ଷ ହଂସୁରାଜ ଜୈନ ଚାଷୀଙ୍କ ସହ ଆନ୍ଦୋଳନକୁ ଓହ୍ଳାଇ ଥିବା ଦେଖାଯାଇଛି। କେନ୍ଦ୍ର ସରକାର ପ୍ରତ୍ୟକ ବର୍ଷ ନୂଆ, ନୂଆ ଘରୋଇ କମ୍ପାନୀକୁ କ୍ଷମତା ପ୍ରଦାନ କରୁଥିବା ଯୋଗୁଁ ଚାଷୀଙ୍କ ଟଙ୍କାକୁ ଚଞ୍ଚକତାର ସହ ହେରଫେର କରୁଥିବା ଅଧ୍ୟକ୍ଷ କହିଛନ୍ତି। ଆଗରୁ ଜଳା ମଣ୍ଡଳ ନାମକ କମ୍ପାନୀ ଏବେ ରୟାଲ ସୁନ୍ଦରଂ ନାମକ କମ୍ପାନୀ କୁ ଦିଆଯାଇ ଥିବା ବେଳେ ମୁରିବାହାଲ ବ୍ଲକ ର ୨୨ଗୋଟି ପଂଚାୟତ ରୁ ମାତ୍ର ୬ଗୋଟି ପଂଚାୟତ ର ଚାଷୀଙ୍କୁ ବୀମା ଟଙ୍କା ମିଳିଥିବା ବେଳେ ଆଉ ୧୬ ଗୋଟି ପଂଚାୟତର ଚାଷୀଙ୍କୁ ଏ ପର୍ଯ୍ୟନ୍ତ ବୀମା ଟଙ୍କା ଦିଆଯାଇନାହିଁ। ବଂଚିତ ଥିବାରୁ ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ଵରେ ମୁରିବାହାଲ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଚାଷୀଙ୍କ କଥା ନଶୁଣିଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନି*