-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
13-Apr-2021
କଟକ(ଦୀପକ କୁମାର ଷଡଙ୍ଗୀ): ଗୁରୁ ନାଁରେ କଳଙ୍କ । ଘର ବାପା ଓ ମାଆଙ୍କ ପରେ ସମାଜରେ ଗୁରୁଙ୍କ ଦାୟିତ୍ୱ ଢେର୍ ଅଧିକ ରହିଥାଏ । ଯଦି ସେ ଗୁରୁତ୍ୱପୂର୍ଣ୍ଣ ମଣିଷ ଟି ଯେବେ ଅମଣିଷ ପରି କାର୍ଯ୍ୟ କରିଥାଏ । ତେବେ ସମାଜ କେତେ ସୁରକ୍ଷିତ ତାହା ଏଥିରୁ ଭାବିବା ଉଚିତ୍ । ତେବେ କଟକର ଜଣେ ଗଣିତ ଶିକ୍ଷକଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଛାତ୍ରୀଙ୍କ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ଆସିଛି ।
ଖବର ଅନୁଯାୟୀ,ଏକ ଘରୋଇ ସ୍କୁଲରେ ଗଣିତ ଶିକ୍ଷକ ଭାବେ କାମ କରନ୍ତି । ନାବାଳିକା ଛାତ୍ରୀଙ୍କୁ ଭିଏସଟି ପରୀକ୍ଷା ନାଁର ହୋଟେଲକୁ ଡାକିଥିଲେ , ଏବଂ ସେଠାରେ ନାବାଳିକାଙ୍କୁ ଶିକ୍ଷକ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ଆସିଛି । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି ।