-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
20-Mar-2021
ଭୁବନେଶ୍ୱର(ଶୁଭାଶିିଷ ନାୟକ) : ୯୦ ଦିନ ଧରି କୋଣାର୍କ, ସାତକୋଶିଆ, ଦାରିଙ୍ଗବାଡ଼ି, ହୀରାକୁଦ ଏବଂ ଭିତରକନିକା ଠାରେ ଚାଲିଥିବା ଚଳିତ ବର୍ଷର ଇକୋ-ରିଟ୍ରିଟ୍ କ୍ୟାମ୍ପ୍କୁ ଏଥର ମୋଟ୍ ୧୨,୫୪୮ ପର୍ଯ୍ୟଟକ ବୁଲିବାକୁ ଯାଇଛନ୍ତି । ଅନ୍ୟପଟେ ଏହି କ୍ୟାମ୍ପ୍ର ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାମାନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ବାବଦକୁ ପ୍ରାୟ ୨୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ବିଧାନସଭାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ଅଣତାରକା ପ୍ରଶ୍ନରେ ବିଧାନସଭାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ତଥ୍ୟ ରଖିଛନ୍ତି । ଗତବର୍ଷ ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇ ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ସ୍ଥାନମାନଙ୍କରେ ଏହି ଇକୋ-ରିଟ୍ରିଟ୍ କ୍ୟାମ୍ପ୍ ଚାଲିଥିଲା । ଏବେ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାର ଲୋକ ମଧ୍ୟ ଇକୋ-ରିଟ୍ରିଟ ପ୍ରତି ଆକର୍ଷିତ ହେଉଛନ୍ତି । ଇକୋ-ରିଟ୍ରିଟରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କୁ ଅଧିକ ପ୍ରଭାବିତ କରୁଛି ।