-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
20-Mar-2021
ଭୁବନେଶ୍ୱର,(ପ୍ରେରଣା ଖବର): ରାଜ୍ୟରେ ତାତି ଦିନକୁ ଦିିନ ଅସହ୍ୟ ହେବାକୁ ଲାଗିଛି । ଶୁକ୍ରବାର ରାଜ୍ୟର ୩ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିବାବେଳେ ୭ଟି ସହର ୩୮ ଡିଗ୍ରୀ ଉପରେ ରହିଥିଲା । ତେବେ ଆଜି ରାଜ୍ୟର ୯ଟି ସହରରେ କାଳବୈଶାଖୀ ସମ୍ଭାବନା ରହିଛି । ପାଣିପାଗବିତ୍ ଏ ନେଇ ପୂର୍ବାନୁମାନ କରିଛନ୍ତି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଶନିବାର ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ସେହିପରି ବିଜୁଳି ଓ ଘଡ଼ଘଡ଼ି ମାରିବା ସହିତ ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି । ଅପରପକ୍ଷେ ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।