-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
19-Mar-2021
ବରଗଡ଼,(ପ୍ରେରଣା ଖବର) - ବରଗଡ଼ ବିଦ୍ୟାବିହାର ସ୍ଥିତ ଇମ୍ପେରିଆଲ କଲେଜରେ ଏ.ଆର୍ ରେବୋଟିକ୍ସ୍ କଂପାନୀ ତରଫରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିରେ କଲେଜର ବିଭିନ୍ନ ବିଭାଗର ଯଥା- ବିଏ, ବିବିଏ, ବିଏସ୍ସି, ଏମ୍ଏସ୍ସି(କଂପ୍ୟୁଟର ସାଇନ୍ସ)ତଥା କଲେଜର ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ପ୍ରକ୍ରିୟାରେ ଏ.ଆର୍ ରେବୋଟିକ୍ସ୍ କଂପାନୀ ତରଫରୁ ୬ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଇମ୍ପେରିଆଲ କଲେଜର ବିସିଏ ବିଭାଗର ପବନ ସାହୁ, ଶିବାନୀ ପୁରୋହିତ, ଆଜ୍ୱେଲ ବେହେରା, ମୀନାକ୍ଷୀ ଦାସ, ରିଙ୍କେଶ କୁମାର ପ୍ରଧାନ ପ୍ରମୁଖ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ କଲେଜ ତରଫରୁ ହାର୍ଦ୍ଦିକ ଶୁଭକାମନା ଜ୍ଞାପନ କରାଯାଇଛି ।