-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||     

HOME   ରାଜ୍ୟ

ଟଙ୍କା ଦେଇ ଫେରସ୍ତ ମାଗୁଛି ପ୍ରଶାସନ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅ କହିଲେ ଆତ୍ମାହୁତି ଦେବୁ

19-Mar-2021



କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ): ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାକୁ ୧୨ ବର୍ଷ ପୂରି ସାରିଥିବା ବେଳେ ଏବେ ପୁଣି ଥରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ମୃତ୍ୟୁ ବେଳେ ତାଙ୍କ ପରିବାରକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିଥିବା ବେଳେ କନ୍ଧମାଳ ଏସ୍‌ପି ଅଫିସ୍‌ରୁ ମଧ୍ୟ ୨ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା । ମାତ୍ର ଭୁଲରେ ଏହି ଚେକ୍ ଦିଆଯାଇଥିବା ଦର୍ଶାଇ ତୁରନ୍ତ ସମସ୍ତ ଟଙ୍କା ଫେରସ୍ତ କରିବାକୁ ଲକ୍ଷ୍ମଣାନନ୍ଦଙ୍କ ପୁଅ ଲୋକନାଥଙ୍କ ନିକଟକୁ ଆସିଛି ନୋଟିସ୍। ଅନୁକମ୍ପା ରାଶି ଖର୍ଚ୍ଚ କରିଦେଇଥିବା ଓ ଦାରଦ୍ର୍ୟ କାରଣରୁ ସଂପୂର୍ଣ୍ଣ ଟଙ୍କା ଫେରାଇବାର ସାମର୍ଥ୍ୟ ତାଙ୍କର ନ ଥିବା କହିଛନ୍ତି ଲକ୍ଷ୍ମଣାନନ୍ଦଙ୍କ ପୁଅ ଲୋକନାଥ। ଟଙ୍କା ଫେରାଇବାକୁ ଦାବି କଲେ ଏସ୍‌ପିଙ୍କ ଅଫିସ୍ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ଲୋକନାଥ। ସୂଚନା ଯୋଗ୍ୟ ଯେ,୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ମଣାନନ୍ଦଙ୍କ ପତ୍ନୀଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା । ଏହାର ୧ ବର୍ଷ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ପତ୍ନୀଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ୨୦୧୫ରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅ ଲୋକନାଥଙ୍କୁ କନ୍ଧମାଳ ଏସ୍‌ପି ପୁଣି ୨ ଲକ୍ଷର ସହାୟତା ପ୍ରଦାନ କରିଥିଲେ ।ଚେକ୍ ଦେବାର ୪ ମାସ ପରେ କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକନାଥଙ୍କୁ ଟଙ୍କା ଫେରସ୍ତ ପାଇଁ ନୋଟିସ କରାଯାଇଥିଲା । ତେବେ ସେ ସମୟରେ ଲୋକନାଥ ଟଙ୍କା ଫେରାଇ ନ ଥିଲେ। ଏହାପରେ ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ଇତି ମଧ୍ୟରେ ସେ ଲକ୍ଷେ ଟଙ୍କା ଫେରସ୍ତ କରି ସାରିଛନ୍ତି। ନୋଟିସ୍ ଅନୁଯାୟୀ  ଲୋକନାଥ ଓ ତାଙ୍କ ପତ୍ନୀ ବାସନ୍ତୀ ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଏହି ଅବସରରେ ଲୋକନାଥ କହିଥିଲେ, “୧ ଲକ୍ଷ ଟଙ୍କା ଯୋଗାଡ଼ କରି ଫେରସ୍ତ କରିଛି । ଦାରିଦ୍ର୍ୟ କାରଣରୁ ଆଉ ଲକ୍ଷେ  ଟଙ୍କା ଫେରସ୍ତ କରିବାର କ୍ଷମତା ନାହିଁ। ଯଦି ଏହି ଟଙ୍କା ଫେରସ୍ତ ପାଇଁ ବାଧ୍ୟ କରାଯାଏ, ତେବେ ଉଭୟ ପତିପତ୍ନୀ କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବୁ।” ଲକ୍ଷ୍ମଣାନନ୍ଦଙ୍କ ବୋହୂ କହିଛନ୍ତି, “ଆମକୁ ଯାଚିକି ଟଙ୍କା ଦେଲେ। ବାବାଙ୍କ କିଏ ଉତ୍ତରାଧିକାରୀ ଅଛି ପଚାରିକି ଦେଲେ। ଆଉ ଆମେ ଫେରାଇ ପାରିବୁନି। ଆମେ ଲକ୍ଷେ ଫେରାଇ ଦେଇଛୁ। ଯୋଉ ପ୍ରଶାସନ ଦେଇଛି, ସେ ଲକ୍ଷେ ବହନ କରୁ। ଆଉ ଆମର ସାମର୍ଥ୍ୟ ନାହିଁ। ରୋଜଗାର ନାହିଁ। କିପରି ଶୁଝିବୁ।” ଏନେଇ ଫୁଲବାଣୀ ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦ କହିଛନ୍ତି, “ବର୍ତ୍ତମାନ ଘଟଣା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବନି। ଲକ୍ଷ୍ମଣାନନ୍ଦଙ୍କ ପୁଅ ଟଙ୍କା ଫେରାଇବାକୁ ଅସାମର୍ଥ୍ୟ ପ୍ରକାଶ କରୁଛନ୍ତି। ଟଙ୍କା ଫେରାଇବା ସଂପର୍କରେ ପରବର୍ତ୍ତୀ ସମୟରେ କୋର୍ଟ ଯାହା ନିଷ୍ପତ୍ତି ନେବେ।”


News Comment




Photo in News

Advertisment
Lastest News
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026

You Might Also Like