-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2020
ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଘଟଣା ର ପର୍ଦାଫସ କରିଲା ପୋଲିସ ।
ପୋଲିସ ପକ୍ଷରୁ ସାମ୍ୱାଦିକ ସମ୍ମେଳନୀ ।
ଦଳବଧ ଚୋରି ଅର୍ଥ ଭାଗ ବଟା କୁ ନେଇ ହତ୍ୟା ।
କଣ୍ଟାବାଞ୍ଜି :ଗତ ୯ ତାରିଖ ରେ କଣ୍ଟାବାଞ୍ଜିର କୁକୁଡାହାଡ଼ ଗାଁ ପାଖ ରେଳ ଲାଇନ ଟ୍ରାକରୁ ଯୁବକଙ୍କ ଖଣ୍ଡ ବିଖଣ୍ଡ ମୃତ ଘଟଣା କୁ ପର୍ଦାଫସ କରଲା ପୋଲିସ । ସୂଚନାଯୋଗ୍ୟ ଯେ ଗତ ୮ ତାରିଖ ରେ ଶ୍ୟାମ ଜି ମନ୍ଦିର ର ହୁଣ୍ଡି ଅର୍ଥ ଚୋରି ପାଇଁ ଯୋଜନା କରି ୬ ଜଣ ହୀରଲଲ ପୁଟେଲ ,ବୃନ୍ଦାବନ ଦୀପ , ସୁରତ ପୁଟେଲ , ଧନୀ ଷଣ୍ଡ , ଆନନ୍ଦ ତାଣ୍ଡି ଓ ଡୋଲାମଣି ପୁଟେଲ ହୁଣ୍ଡି ଚୋରି କରିଲା ପରେ କୁକୁଡ଼ାହାଡ଼ ଗାଁ ର ଗୋଟିଏ ଖଳା ରେ ପଇସା ଭାଗ କରିଥିଲେ । ଆରଦିନେ ଅର୍ଥ ଭାଗ କୁ ନେଇ ଆନନ୍ଦ ଓ ଧୋନି ମଧ୍ୟ ରେ ଯୁକ୍ତିତର୍କ ହୋଇଥିଲା , ଉକ୍ତ ଦୁଇ ସଂଗେ ମଦ ନିଶା କରିଲା ପରେ ପାଖ ଥିବା ଗୋଟିଏ ମଦ କୋଠି ରୁ ଗେଶ ଛୁଉଁଳା ଓ ଗୋଟିଏ ସାଉଣ୍ଡ ବୋକ୍ସ ମଧ୍ୟ ଚୋରି କରିବା କରି ରେଳ ଧାରଣ ଦେଇ ଯାଉଥିବା ସମୟରେ ପୁଣି ଉକ୍ତ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସହଯୋଗ ପାଇଁ ଧୋନି ପକ୍ଷ ପଟୁ ରୁ ଗୋଟିଏ କଟୁରି ( କୁକୁଡ଼ା କଟା ଛୁରୀ ) ସାହାଯ୍ୟରେ ଆନନ୍ଦ ର କାନ୍ଧ ଉପରେ ଆକ୍ରମଣ କରିଥିଲେ । ଫଳ ରେ ଆନନ୍ଦ ର ଘଟଣା ସ୍ଥାଲ ରେ ମୃତ୍ୟୁ ହୋଇ ଯାଇ ଥିଲା ଅନ୍ୟ ପକ୍ଷରେ ରେଳ ଧାରଣ ରେ ମୃତ ଦେହ ପଡି ରହିଥିବା ରୁ ଟ୍ରେନ ରୁ କାଟି ମୃତ ଦେହ ଖଣ୍ଡ ବିଖଣ୍ଡ ହୋଇଯାଇଥିଲା । ପ୍ରଥମେ ରେଳବାଇ ଜି.ଆର.ପି ପୋଲିସ ଇଂଚାର୍ଜ ମୋହନ ନାୟକ ଗୋଟିଏ ଅପମୃତ ମାମଲା ରୋଜୁ କରିଥିଲେ ଘଟଣା ଟି ହତ୍ୟା ହୋଇଥିବା ବେଳେ ମାମଲା କୁ ସ୍ଥାନୀୟ କଣ୍ଟାବାଞ୍ଜି ପୋଲିସ ତଦନ୍ତ କରି ଦୋଷୀ କୁ ଗିରଫ କରି ସମ୍ପୃତ ଘଟଣା ର ପର୍ଦାଫସ କରିବା ସହ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସମ୍ମେଳନୀ ରେ କଣ୍ଟାବାଞ୍ଜି ଏସଡିପିଓ ସୂଚନା ଦେଇଛନ୍ତି ଯେ ଶ୍ୟାମ ଜି ମନ୍ଦିର ଚୋରି ରେ କଣ୍ଟାବାଞ୍ଜି ଥାନା କେସ ନଂ ୨୨୨ ରେ ୬ ଜଣ ଯୁବକ ସାମିଲ ଥିବା ବେଳେ ତାଙ୍କର ମଧ୍ୟ ରୁ ଆନନ୍ଦ ର ମୃତ୍ୟୁ ହୋଇଯାଇଥିବା ବେଳେ ହୀରାଲାଲ ବର୍ତ୍ତମାନ ସୁଦ୍ଧା ଫେରର ଥିଲେ । ଏହା ପରେ ଦୂତୀୟ ଚୋରି ଘଟଣାରେ କୁକୁହାଡ଼ ଧାବା ମଦ ପିଇ ଚୋରି ଆନନ୍ଦ ତାଣ୍ଡି ଓ ଧୋନି ଷଣ୍ଡ କରିଥିବା ବେଳେ କଣ୍ଟାବାଞ୍ଜି ଥାନା କେସ ନଂ ୨୨୯ ଅନୁଯାୟୀ ଏକ ମାମଲା ରୋଜୁ କରି ଯେହେତୁ ଆନନ୍ଦ ହତ୍ୟା ହୋଇଯାଇଛି ଧୋନି ଏହି ମାମଲା ସହ ଆନନ୍ଦ ର ହତ୍ୟା ମାମଲା ୨୩୧ ରେ ଧୋନି କୁ ପୋଲିସ କୋର୍ଟ ଚାଲାଣ କରିଛି । ଅନ୍ୟ ପକ୍ଷରେ ସମ୍ପୃକ୍ତ ଘଟଣା କୁ ଦେଖି କଣ୍ଟାବାଞ୍ଜି ଅଂଚଳରେ ନିଶା କାରୋବାର କୁ ନେଇ ଯୁବା ସମାଜ ନାନା ପ୍ରକାର ଅପରାଧ ଘଟେଇ ଥିବା । ନିରନ୍ତର ଅଞ୍ଚଳରେ ଏହି ପ୍ରକାର ଅଭାବନୀୟ ଘଟୁଛି ଯୁବା ବର୍ଗ କୂପଥ ଗାମୀ ହୋଇଛନ୍ତି ,ଅଞ୍ଚଳର ବୁଦ୍ଧିଜୀବୀ ମାମଲା ରେ ଦୃଡ଼ ବିରୋଧ ସହ ଏହି ନିଶା କାରୋବାର କୁ ନେଇ ତ୍ରିବ୍ରା ପ୍ରକାଶ ପାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସହ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକାର , କେସ ମାମଲା ର ତଦନ୍ତ କାରୀ ଅଫିସର ରେଳବାଇ ଜିଆରପି ଏସଆଇ ମୋହନ ନାୟକ , ପୋଲିସ ଏସଆଇ ହୀରା ଖାଲଖୋ , ଏଏସଆଇ ପଞ୍ଚାନନ୍ଦ ଖୁଆସ ପ୍ରମୁଖ ଉପସ୍ଥିତ ଥିଲେ ।