-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2020
କଣ୍ଟାବାଞ୍ଜି :ଗତ ୯ ତାରିଖ ରେ କଣ୍ଟାବାଞ୍ଜିର କୁକୁଡାହାଡ଼ ଗାଁ ପାଖ ରେଳ ଲାଇନ ଟ୍ରାକରୁ ଯୁବକଙ୍କ ଖଣ୍ଡ ବିଖଣ୍ଡ ମୃତ ଘଟଣା କୁ ପର୍ଦାଫସ କରଲା ପୋଲିସ । ସୂଚନାଯୋଗ୍ୟ ଯେ ଗତ ୮ ତାରିଖ ରେ ଶ୍ୟାମ ଜୀ ମନ୍ଦିର ର ହୁଣ୍ଡି ଅର୍ଥ ଚୋରି ପାଇଁ ଯୋଜନା କରି ୬ ଜଣ ହୀରଲଲ ପୁଟେଲ ,ବୃନ୍ଦାବନ ଦୀପ , ସୁରତ ପୁଟେଲ , ଧନୀ ଷଣ୍ଡ , ଆନନ୍ଦ ତାଣ୍ଡି ଓ ଡୋଲାମଣି ପୁଟେଲ ହୁଣ୍ଡି ଚୋରି କରିଲା ପରେ କୁକୁଡ଼ାହାଡ଼ ଗାଁ ର ଗୋଟିଏ ଖଳା ରେ ପଇସା ଭାଗ କରିଥିଲେ । ଅର୍ଥ ଭାଗ କୁ ନେଇ ଆନନ୍ଦ ଓ ଧୋନି ମଧ୍ୟ ରେ ଯୁକ୍ତିତର୍କ ହୋଇଥିଲା , ଉକ୍ତ ଦୁଇ ସଂଗେ ମଦ ନିଶାରେ ପାଖ ଥିବା ଗୋଟିଏ ମଦ କୋଠି ରୁ ଗେସ ଚୁଲହା ଓ ଗୋଟିଏ ସାଉଣ୍ଡ ବୋକ୍ସ ମଧ୍ୟ ଚୋରି କରିବା କରି ରେଳ ଧାରଣ ଦେଇ ଯାଉଥିବା ସମୟରେ ପୁଣି ଉକ୍ତ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସହଯୋଗ ପାଇଁ ଧୋନି ଗୋଟିଏ କଟୁରି ( କୁକୁଡ଼ା କଟା ଛୁରୀ ) ସାହାଯ୍ୟରେ ଆନନ୍ଦ ର କାନ୍ଧ ଉପରେ ଆକ୍ରମଣ କରିଥିଲେ । ଫଳ ରେ ଆନନ୍ଦ ର ଘଟଣା ସ୍ଥାଲ ରେ ମୃତ୍ୟୁ ହୋଇ ଯାଇ ଥିଲା ଅନ୍ୟ ପକ୍ଷରେ ରେଳ ଧାରଣ ରେ ମୃତ ଦେହ ପଡି ରହିଥିବା ରୁ ଟ୍ରେନ ରୁ କାଟି ମୃତ ଦେହ ଖଣ୍ଡ ବିଖଣ୍ଡ ହୋଇଯାଇଥିଲା । ପ୍ରଥମେ ରେଳବାଇ ଜି.ଆର.ପି ପୋଲିସ ଇଂଚାର୍ଜ ମୋହନ ନାୟକ ଗୋଟିଏ ଅପମୃତ ମାମଲା ରୁଜୁ କରିଥିଲେ । ଘଟଣା ଟି ହତ୍ୟା ହୋଇଥିବା ବେଳେ ମାମଲା କୁ ସ୍ଥାନୀୟ କଣ୍ଟାବାଞ୍ଜି ପୋଲିସ ତଦନ୍ତ କରି ଦୋଷୀ କୁ ଗିରଫ କରି ସମ୍ପୃକ୍ତ ଘଟଣା ର ପର୍ଦାଫସ କରିବା ସହ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।ସମ୍ମିଳନୀ ରେ କଣ୍ଟାବାଞ୍ଜି ଏସଡିପିଓ ସୂଚନା ଦେଇଛନ୍ତି ଯେ ଶ୍ୟାମ ଜି ମନ୍ଦିର ଚୋରି ରେ କଣ୍ଟାବାଞ୍ଜି ଥାନା କେସ ନଂ ୨୨୨ ରେ ୬ ଜଣ ଯୁବକ ସାମିଲ ଥିବା ବେଳେ ତାଙ୍କର ମଧ୍ୟ ରୁ ଆନନ୍ଦ ର ମୃତ୍ୟୁ ହୋଇଯାଇଥିବା ବେଳେ ହୀରାଲାଲ ବର୍ତ୍ତମାନ ସୁଦ୍ଧା ଫେରର ଥିଲେ । ଏହା ପରେ ଦୂତୀୟ ଚୋରି ଘଟଣାରେ କୁକୁହାଡ଼ ଧାବା ମଦ ପିଇ ଚୋରି ଆନନ୍ଦ ତାଣ୍ଡି ଓ ଧୋନି ଷଣ୍ଡ କରିଥିବା ବେଳେ କଣ୍ଟାବାଞ୍ଜି ଥାନା କେସ ନଂ ୨୨୯ ଅନୁଯାୟୀ ଏକ ମାମଲା ରୋଜୁ କରି ଯେହେତୁ ଆନନ୍ଦ ହତ୍ୟା ହୋଇଯାଇଛି ଧୋନି ଏହି ମାମଲା ସହ ଆନନ୍ଦ ର ହତ୍ୟା ମାମଲା ୨୩୧ ରେ ଧୋନି କୁ ପୋଲିସ କୋର୍ଟ ଚାଲାଣ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସହ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକାର , କେସ ମାମଲା ର ତଦନ୍ତ କାରୀ ଅଫିସର ରେଳବାଇ ଜିଆରପି ଏସଆଇ ମୋହନ ନାୟକ , ପୋଲିସ ଏସଆଇ ହୀରା ଖାଲଖୋ , ଏଏସଆଇ ପଞ୍ଚାନନ୍ଦ ଖୁଆସ ପ୍ରମୁଖ ଉପସ୍ଥିତ ଥିଲେ ।