-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2020
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ) : ବଲାଙ୍ଗୀର ସହରରେ ଦିନ କୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। କିଛି ମାସ ଧରି ଆଇନ୍ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉଦ୍ବେଗ ଜନକ ଏବଂ ବହୁ ସମୟରେ ବଲାଙ୍ଗିର ସହର ତଥା ଦେଓଗାଁ ଓ ବଲାଙ୍ଗିର ସଦର ବ୍ଲକ ଅଂଚଳରେ ଅନେଜଗୁଡିଏ ଚୋରୀ, ଡକାୟତୀ, ଲୁଟ୍ ଏବଂ ଗୁଣ୍ଡାରାଜ ବଢିଚାଲିଛି। ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇ କେହି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଜିଲ୍ଲା ପ୍ରଶାସନ ଏ ସବୁର ତୁରନ୍ତ ସମାଧାନ ଓ ବଲାଙ୍ଗିର ଓ ଏହାର ଆଖ ପାଖ ଅଂଚଳ ଯଥା ବଲାଙ୍ଗିର ବ୍ଲକ ଓ ଦେଓଗାଁ ବ୍ଲକର ଅନେକ ସ୍ଥାନରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇ ଏହି ଅଂଚଳର ଅନେକ ଚାଷୀ ଏହାର ଶୀକାରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ରାଜ୍ୟପାଳଙ୍କ ଉଦେଶ୍ୟ ରେ ଜିଲ୍ଲାପାଲ କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି।