-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ଚଡେଇପଙ୍କ ପଂଚାୟତର ମାନପୁର ଗ୍ରାମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ପାନ ବରଜ ପୋଡିଯାଇ ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ ଉକ୍ତ ଗ୍ରାମର ଦୂଆରୁ ମେହେର ଏକ ପାନବରଜ କରି ପରିବାର ପ୍ରତିପୋଷଣ କରୁଥିଲେ । ଆଜି ଅପରାହ୍ନ ସମୟରେ ନିକଟ ଜଙ୍ଗଲରେ ଲାଗିଥିବା ନିଆଁ ଧିରେ ଧିରେ ମାଡି ଆସି ପାନ ବରଜରେ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲାଜେ ନିଆଁକୁ ଆୟତ କରିବା ସମ୍ଭବ ହୋଇନଥିଲା । ଫଳରେ ପ୍ରାୟ ୨ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସଂମ୍ପୁନ୍ନ ଜଲିଯାଇ ଛାରଖାର ହୋଇଯାଇଥିଲା । ତେବେ ଦୁଆରୁ ପରିବାର ପ୍ରତିପୋଷଣର ପାନବରଜ ଏକମାତ୍ର ପନ୍ଥା ହୋଇଥିବାରୁ ସମ୍ପୁଣ୍ଣ ବାଙ୍ଗି ପଡିଛନ୍ତି । ଯଥାଶିଘ୍ର କ୍ଷୟକ୍ଷତିର ଆକଳନ କରି ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହେଉଛି ।