-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ନୟାଗଡ଼ (ପ୍ରଦୀପ କୁମାର ପଣ୍ଡା) ବିଜେପି ମହିଳା ମୋର୍ଚ୍ଚା, ନୟାଗଡ଼ ତରଫରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି | ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଖଣ୍ଡପଡା ବ୍ଳକରେ ଶହ ଶହ ମହିଳା ମାନଙ୍କ ଉପସ୍ଥିତିରେ ଜିଲ୍ଲା ମହିଳା ମୋର୍ଚ୍ଚା ର ସଭାପତି ଇଂ ଅର୍ଚନା ଦାଶ ଙ୍କ ନେତୃତ୍ୱରେ କୋଭିଡ କଟକଣା ସହିତ ପାଳନ କରାଯାଇଛି | ଖଣ୍ଡପଡା ବଜାର ରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ପଠାଣି ସାମନ୍ତ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଅର୍ପଣ କରାଯାଇ ଉମାଦେଇ ଙ୍କ ପୀଠ ପର୍ଯ୍ୟନ୍ତ ଯାଇଥିଲା | ଏହି ଶୋଭାଯାତ୍ରା ପୂର୍ବତନ କାଉନସିଲର ସଂଘମିତ୍ରା ପ୍ରଧାନ ଏବଂ ଏନଏସି ର କାର୍ଯ୍ୟରତ ସମସ୍ତ ବୁଥ ସ୍ତରୀୟ ସଭାପତି ମାନେ ଅଂଶ ଗ୍ରହଣ କରିଥିଲେ | ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୁମ୍ଭାରପଡ଼ା ପଞ୍ଚାୟତ ରେ ବିଦ୍ୟାର୍ଥୀ ଶିକ୍ଷା ନିକେତନ ପରିସରରେ ଏକ ବିଶାଳ ସମାବେଶ ଇଂ ଅର୍ଚନା ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ମୁଖ୍ୟ ଅତିଥି ଭାବେ ନିର୍ମଳା ବିଶ୍ୱାଳ ଏବଂ ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ହରପ୍ରିୟା ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସୁଭାଷିନୀ ପାଣିଗ୍ରାହୀ, ପ୍ରମିଳା ନାୟକ, ମମତା ରାଣୀ ଦାଶ, ସାଗରୀକା ଲେଙ୍କା, ସରୋଜିନୀ ସାମନ୍ତରାୟ ପ୍ରମୁଖ ମଞ୍ଚାସିନ ଥିଲେ | ଉକ୍ତ ବୈଠକରେ ନାରୀର ସମ୍ମାନ ଏବଂ ସ୍ୱାଭିମାନ ବିଷୟରେ ଏକ ଆଲୋଚନା ଚକ୍ର ହୋଇଥିଲା |ଜିଲ୍ଲା ମହିଳା ବିଜେପି ମୋର୍ଚ୍ଚା ସଭାପତି ଶ୍ରୀମତୀ ଦାଶ ଅସୁରକ୍ଷିତ ମାତୃତ୍ୱ ଏବଂ ନାରୀଜାତି ପାଇଁ ସରକାର ପାଖରେ ସାତୋଟି ପ୍ରଶ୍ନ ରଖିଥିଲେ |ଉକ୍ତ ବୈଠକରେ ସଭା ପରିଚାଳନା ତଥା ଧନ୍ୟବାଦ ଅର୍ପଣ କରିଥିଲେ ଦୀପ୍ତି ମୟୀ ଲେଙ୍କା |