-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)ଉଲୁଣ୍ଡା ଅଂଚଲରେ କିଛି ଦିନ ହେବ ରକ୍ତମୁଖା ଦନ୍ତା ହାତୀ ଜଣେ ବୃଦ୍ଧଙ୍କ ଜିବନ ନେଇ ସାରିଥିବା ବେଳେ ଘରେ ପସି ଲୋକଙ୍କୁ ଆକ୍ରମଣ ମଧ୍ୟ କରୁଛି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ବିଶେଷକରି ସଂଧ୍ୟା ହୋଇଗଲେ ଲୋକେ ନିଜ ସୁରକ୍ଷା ନେଇ ଚିନ୍ତାରେ ପଡିଯାଉଛନ୍ତି । ଗତକାଲି ରାତ୍ରୀରେ ପୁଣି ପିପଲକଟା ଗ୍ରାମର ଜଣେ ବ୍ୟକ୍ତିଙ୍କ ପନିପରିବା ବାରିରେ ଥିବା ଏକ ଘରକୁ ଭାଙ୍ଗି ନଷ୍ଟ କରିଦେଇଥିବା ଅଭିଯୋଗ ହେଉଛି । ବିଳମ୍ବିତ ରାତ୍ରୀରେ ଭରତ ବାରିକଙ୍କ ବାରିରେ ଦନ୍ତାହାତୀ ପସି କିଛି ପନିପରିବା ନଷ୍ଟ କରିବା ସହ ସେଠାରେ ଥିବା ଘରକୁ ଭାଙ୍ଗି ଦେଇଥିଲା । ଯଥାଶିଘ୍ର ବନବିଭାଗ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହାତୀ ଘଉଡାଇବା ସହ କ୍ଷତିପୁରଣ ଦେବାକୁ ଦାବି ହେଉଛି ।