-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)ଉଲୁଣ୍ଡା ଅଂଚଲରେ ବାଲ୍ୟ ବିବାହ ଥମିବାର ନାଁ ଧରୁନି । ବିଭିନ୍ନ ସମୟରେ ପ୍ରଶାସନ ତରଫରୁ ବାଲ୍ୟ ବିବାହକୁ ବନ୍ଦ ମଧ୍ୟ କରାଯାଉଛି । ଏହି କ୍ରମରେ ଆଜି ପୁଣି ଉଲୁଣ୍ଡା ବ୍ଲକ ପୁଟୁରୁପାଲି ଗ୍ରାମରେ ହେବାକୁ ଥିବା ବାଲ୍ୟ ବିବାହ ବନ୍ଦ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଉକ୍ତ ଗାଁରେ ଆସନ୍ତା ୯ ତାରିଖ ଦିନ ଏକ ବାଲ୍ୟ ବିବାହ ହେବାର ଥିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତୀ ମଧ୍ୟ ସରିଥିଲା । ଆଜି କୌଣସୀ ସୁତ୍ରରୁ ଖବର ପାଇ ସିଡିପିଓ ମାଧୁରୀ ହୋତାଙ୍କ ନିର୍ଦେଶକ୍ରମେ ସୁପରଭାଇଜର କନକଲତା ନେପାକ ଏବଂ ଅଙ୍ଗନୱାଡି କର୍ମୀ ଗୋମତୀ ପଧାନ ଉକ୍ତ ପରିବାରକୁ ଭେଟି ବୁଝା ସୁଝା କରିବା ସହ ବିବାହକୁ ବନ୍ଦ କରିଦେଇଥିଲେ । ପରେ ଏକ ଚୁକ୍ତିନାମା ନିଆଯାଇଥିଲା ।