-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ବଲାଙ୍ଗିର ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ରାଜ୍ୟ ବ୍ୟାଡ ମିଣ୍ଟନ ଡେଭଲପମେଣ୍ଟ କମିଟି ବୈଠକ ସ୍ଥାନୀୟ ପାରାଡାଇଜ ପ୍ୟାଲେସ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଯୁବ ଉଦ୍ୟୋଗପତି ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଭାକୁ ଉଦ୍ଘାଟନ କରିଥିଲେ । ଏହାର ବିଶେଷ ଆକର୍ଷଣ ଭାବେ ଭାରତୀୟ ସିନିୟର ଦଳର ବ୍ୟାଡମିଣ୍ଟନ କୋଚ ସଚୀନ ରାଣା ଓ ଲଣ୍ଡନ ଅଲମ୍ପିକ ପେନାଲ କୋଚ ଏମ୍.ଭି. ମୁରଲି କ୍ରିଷ୍ଣାନ ତଥା ରାଜ୍ୟ ସଂଘ ସଂପାଦକ ନିଲିନ କୁମାର ଯୋଗଦେଇଥିଲେ । ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ହୋଇଥିବା ଏହି ସଭାରେ ସମରେନ୍ଦ୍ର ମିଶ୍ର ବଲାଙ୍ଗିରରେ ଜାତୀୟ ଚମ୍ପିୟାନସିଫ୍ ଆୟୋଜନ କରାଯିବା ନେଇ ଘୋଷଣା କରିଥିଲେ । ସେ ନିଜ ବକ୍ତବ୍ୟରେ ଏଥି ପାଇଁ ଭାରତୀୟ ବ୍ୟାଡ ମିଣ୍ଟନ ସଂଘ (ବାଇ), ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଓ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇବା ସହ ଏହି ଆୟୋଜନ ଫଳରେ ଓଡିଶାରେ ଥିବା ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କର ଖେଳରେ ଆହୁରି ଉତ୍କର୍ଷତା ଆସିବ ବୋଲି କହିଥିଲେ । ଭାରତୀୟ ଦଳର କୋଚ ସଚିନ ରାଣା ଛୋଟ ସହରରୁ ହିଁ ଆନ୍ତର୍ଜାତୀୟ ପ୍ରତିଭା ବାହାରିବା ଅନେକ ଉଦାହରଣ ଅଛି ଏବଂ ବଲାଙ୍ଗିରରେ ତାର ଭିତ୍ତିଭୂମି ପଡିସାରିଛି । ଆଗାମୀ ଦିନରେ ବଲାଙ୍ଗିରରେ ହେବାକୁ ଥିବା ଏହି ଚମ୍ପିୟାନସିପ ଓଡିଶାରୁ ଆନ୍ତର୍ଜାତୀକ ଖେଳାଳି ସମ୍ଭାବନା ସୃଷ୍ଟିକରିପାରେ ବୋଲି କହିଥିଲେ । କୋଚ ଏମ୍. ଭି. ମୁରଲି କ୍ରିଷ୍ଣାନ୍ ନିଜ ବକ୍ତବ୍ୟରେ ବଲାଙ୍ଗିର ନିର୍ମାଣଧିନ ଇନଡୋର ଷ୍ଟାଡିୟମ ଜାତୀୟ ସ୍ତରର ଏବଂ ଏହା ଆଗାମୀ ଦିନରେ ଆନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବ ବୋଲି କହିଥିଲେ । ଏଥି ପାଇଁ କେବଳ ସରକାର, ରାଜ୍ୟ ସଂଘ, ଅଭିଭାବକ ଓ ଖେଳାଳିମାନଙ୍କ ଭିତରେ ଏକ ଶୃଙ୍ଖଳିତ ଉଦ୍ୟମ ଆବଶ୍ୟକ ହେବ ବୋଲି ମତବ୍ୟକ୍ତି କରିଥିଲେ । ବଲାଙ୍ଗିରରେ ୧୩ ବର୍ଷରୁ କମ ଜାତୀୟ ବ୍ୟାଡମିଣ୍ଟଚମ୍ପିୟାନସିଫ୍ ହେବାର ନିଷ୍ପତ୍ତି ଭାରତୀୟ ବ୍ୟାଡମିଣ୍ଟନ ସଂଘ ତାର ନିଜ ବାର୍ଷିକ କ୍ୟାଲେଣ୍ଡରରେ ସ୍ଥାନିତ କରିସାରିଥିବାରୁ ଓଡିଶା ଖେଳାଳି ଓ ଜନସାଧାରଣଙ୍କ ପାଇଁ ଏକ ନିଶ୍ଚିତ ଭାବେ ଖୁସିର ଖବର । ଏହାକୁ ସଫଳତା ସହ ଆୟୋଜନ କରାଯିବ ବୋଲି ରାଜ୍ୟ ସଂଘ ସଂପାଦକ ନିଲିନ କୁମାର କହିଥିଲେ । ରାଜ୍ୟରେ ବ୍ୟାଡମିଣ୍ଟନର କିଭଳି ଆହୁରି ବିକାଶ ହୋଇପାରିବ ଏବଂ ଜାତୀୟ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇପାରିବେ ସେ ଉପରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଂଘମାନଙ୍କ ସହ ଜାତୀୟ କୋଚ ସଚିନ ରାଣା ମତବିନିମୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଟିପିର ପ୍ରଦିପ ପିଲ୍ଲେ, ସଂଘର କୋଷାଧ୍ୟକ୍ଷ ପ୍ରଦୀପ ମହାନ୍ତି, ସହ ସଂପାଦକ ସନ୍ଦିପ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ ।