-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ଚଣ୍ଡିଖୋଲ (ପ୍ରେରଣା ଖବର) : ଅଜଣା ଗାଡି ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ । ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ରେଲଓ୍ବେ ଓଭରବ୍ରିଜ୍ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ବାଇକ୍ ଆରୋହୀ ଜଣଙ୍କ କଟକ ଅଭିମୁଖେ ଯାଉଥିବା ବେଳେ ନେଉଳପୁର ଛକ ନିକଟରେ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରତାପ ଦାସ । ତାଙ୍କ ଘର ବିଞ୍ଝାରପୁର ଅଞ୍ଚଳରେ । ସେ କଟକରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି ।