-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ଗଞ୍ଜାମ (ଉମା ମହାରଣା): ଗଞ୍ଜାମ ଜିଲ୍ଲା କୁକୁଡ଼ା ଖାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆର୍ ବି ଏସ କେ ରେ କାର୍ଯ୍ୟରତ ଆୟୁଷ ଡାକ୍ତର, ଏ . ଲକ୍ଷ୍ମୀ ଙ୍କ ଖାଦ୍ୟନଳୀ ରେ ରନ୍ଧ୍ର ହୋଇ ଭୁବନେଶ୍ୱର ର କଳିଙ୍ଗ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ସମୟରେ ଗତ ଫେବୃଆରୀ ମାସ ୨୧ ତାରିଖରେ ଦେହାନ୍ତ ହୋଇଥିଲା । ସେ ଜଣେ ସମାଜସେବୀ ,ମିଷ୍ଟଭାଷୀ ଡାକ୍ତର ଥିଲେ । ଗଞ୍ଜାମ ଜିଲ୍ଲା ଆର୍ ବି ଏସ କେ ଆୟୁଷ ଡାକ୍ତର ସଂଘ ତରଫରୁ ଦେହାନ୍ତ ଡାକ୍ତରଙ୍କ ପରିବାରକୁ ୪୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଅନୁକମ୍ପା ରାଶି ପ୍ରଦାନ ସମୟରେ ଡାକ୍ତରଙ୍କ ପିତା A ଭାସ୍କର ରାଓ ସମେତ ଆର ବି ଏସ କେ ଆୟୁଷ ଡାକ୍ତର ସଂଘ ର ସଭାପତି ଡ଼ା ମନୋରଞ୍ଜନ ରଥ , ସମ୍ପାଦକ ଡ଼ା ଜୟଦେବ ନାୟକ ,କୋଷାଧ୍ୟକ୍ଷ ଡ଼ା କିରଣ କୁମାର ପଣ୍ଡିତ ,ଡ଼ା ମହମ୍ମଦ ଅନୱର୍ ଅଲି ,ଡ଼ା ଲିଙ୍ଗରାଜ ଶତପଥୀ ଉପସ୍ଥିତ ଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକୀୟ ସାହାଯ୍ୟ ଓ ସହାୟତା ପ୍ରଦାନ କରାଗଲେ ମୃତ କ ପରିବାର ଚିରଉପକୃତ ହେବେ ।