-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
06-Mar-2021
ଭୁବନେଶ୍ବର (ପ୍ରେରଣା ଖବର): ରାଜଧାନୀରେ ଚାଞ୍ଚଲ୍ୟ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ସି ଆର ପି ଛକରେ ୨ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଯୁବକ ଜଣେ ଗାଡ଼ିଚାଳକ, ଆକ୍ରମଣର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପହଞ୍ଚି ପୋଲିସର ତନାଘନା । ସୂଚନା ପ୍ରକାରେ, ଗୋଟିଏ ଗାଡ଼ିରେ ଏକାଧିକ ଯୁବକ ଆସିଥିଲେ । ଏବଂ ଯୁବକ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଉପସ୍ଥିତ ଲୋକେ ଦୁର୍ବୃତ୍ତଙ୍କ ଉପରକୁ ପଥର ମାଡ଼ କରି ସେମାନଙ୍କୁ ହତ୍ୟାକାଣ୍ଡରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ଏଥିରେ ଥମିନଥିଲେ ଏବଂ ଯୁବକଙ୍କୁ ହତ୍ୟା କରିଥିଲେ । ତେବେ ଯୁବକଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି॥