-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
06-Mar-2021
ବୌଦ୍ଧ:(ପ୍ରେରଣା ଖବର ବ୍ୟୁରୋ) :ପୁରୀ ରୁ ନିଜ ପିତାଙ୍କ ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା ରେ ଯାଇଛି ପୁତ୍ର ଙ୍କ ଜୀବନ । ଦୁର୍ଘଟଣାରେ ୪ ସମ୍ପର୍କୀୟ ଗୁରୁତର । ଗୁରୁତ୍ୱରଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ମତେ ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଠାରେ ରାସ୍ତା କଡରେ ଏକ ଏଆରଏସଏସ କମ୍ପାନୀର ଟ୍ରଲର ଗାଡି ଠିଆ ହୋଇଥିଲା । ପୁରୀରୁ ନିଜ ପିତାଙ୍କ ଅନ୍ତିମ ସଂସ୍କାର ସାରି ଏକ ସ୍ୱିଫ୍ଟ କାର ରେ ଫେରୁଥିବାବେଳେ କାର ଟି ଟ୍ରଲର କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତରଭା ର ଅରୁଣ ମେହେରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ବଲାଙ୍ଗୀର ଜିଲ୍ଲା ରୁଗୁଡିପାଲି ଅଂଚଳର ଛବି ମେହେର,ବେଳପଦର ର ବିଦୁଭୂଷଣ ମେହେର,ଅଶୋକ ମେହେର,ରାମ ମେହେର ବୋଲି ଜଣାପଡିଛି । ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଖବର ପାଇଁ ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ମୃତକଙ୍କୁ ଉଦ୍ଧାର କରିଛନ୍ତି । ପୁରୁନାକଟକ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ୪ ଗୁରୁତର ହେଲେ ମୃତକଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି ।