-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
06-Mar-2021
ଶେରଗଡ(ପ୍ରେରଣା ଖବର) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କେ କରଡାକଣା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଓଗୁଡା ଗ୍ରାମରେ ଶୁକ୍ରବାର ଦିନ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଗ୍ରାମର ଏଗାର ଘର, ଛଅ ଗୁହାଳ ସମେତ ନବେ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ଶୁକ୍ରବାର ସକାଳ ୧୦ଟାରେ ହଠାତ ଏକ ପାଳଗଦାରେ ନିଆଁ ଲାଗିଯାଇଥିଲା । ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପିଯାଇଥିଲା । ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ସୂଚନା ଦେଇଥିଲେ ।ଶେରଗଡ଼ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ପରେ ଆସିକା ଦମକଳ ବାହିନୀ ମଧ୍ୟ ନିଆଁ ଲିଭା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା ।
ଗ୍ରାମର ବିପ୍ର ଗୌଡ଼, ହିନ ଗୌଡ଼, ନିତ୍ୟାନନ୍ଦ ଗୌଡ଼, ସୁଦର୍ଶନ ଗୌଡ଼, ରବୀନ୍ଦ୍ର ଗୌଡ଼, ଜାଗିଲି ଗୌଡ଼, କୈଳାଶ ଗୌଡ଼, ଚି଼ଞ୍ଚେଇ, ଗୌଡ଼, କବିତା ଗୌଡ଼, ଟୁନା ଗୌଡ଼, ପାଣ୍ଡବ ଗୌଡ଼, ରାଜୁ ଗୌଡ଼, ବିଷ୍ଣୁ ଗୌଡ଼,, ଲଡୁ ଗୌଡ଼ଙ୍କ ଘର ଜଳିଯାଇଥିଲା । ଖବର ପାଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, ବିଡ଼ିଓ ସୁରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ଅକ୍ଷୟ ମଳିକ ଲାଓଗୁଡାରେ ପହଁଚିଥିଲେ । କ୍ଷତିଗ୍ରସ୍ତଙ୍କୁ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଓ ପାଲ ଦିଆଯାଇଥିଲା ।