-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ବୌଦ୍ଧ (ପ୍ରେରଣା ଖବର ବ୍ୟୁରୋ): ଗତ ରବିବାର ରାତିରେ ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମର ଓ.ଏସ.ଏ.ପି. କନେଷ୍ଟବଳ ସନ୍ତୋଷ ଜାନୀ ହତ୍ୟା ମାମଲାର ଅଭିଯୁକ୍ତ ଦୁଇ ଭାତୃହନ୍ତା ସାର୍ତ୍ତିକ ଜାନୀ ଓ ପ୍ରଶାନ୍ତ ଜାନୀ ବାଉଁଶୁଣି ପୋଲିସ ହାତରେ ଧରା ପଡିଛନ୍ତି । ବୁଧବାର ସକାଳେ ମଝିଆ ଭାଇ ପ୍ରଶାନ୍ତକୁ ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତ ରେଙ୍ଗାଲି ରାସ୍ତାରୁ ଧରିଥିବାବେଳେ ସନ୍ଧ୍ୟାରେ ବଡ଼ ଭାଇ ସାର୍ତ୍ତିକକୁ ବ୍ରାହ୍ମଣିପାଲି ଗ୍ରାମ ପଞ୍ଚାୟତ ବିଜାପଦର ଗ୍ରାମ ମାଳିସାହି ନିକଟରୁ ଧରିଥିଲେ
ଗତକାଲି ପ୍ରଶାନ୍ତକୁ କୋର୍ଟଚାଲାଣ କରାଯାଇଛି । ସେହିପରି ଆଜି ସାର୍ତ୍ତିକକୁ କରାଯିବ ବୋଲି ବାଉଁଶୁଣି ଥାନା ଅଧିକାରୀ ସୁବାଷ ରାୟଗୁରୁ ସୁଚନା ଦେଇଛନ୍ତି । ପରକୀୟା ପ୍ରୀତିରୁ ପାରିବାରିକ କଳହ ଉପୁଜିଥିଲା ଏବଂ ବଡ଼ ଭାଇ ଓ ମଝିଆ ଭାଇ ମିଶି ସାନ ଭାଇକୁ କାଠ ଫାଳିଆରେ ଆକ୍ରମଣ କରି ମାରିଦେବା ପରେ ଶବକୁ ଘୋଷାଡି ନେଇ ଘର ସାମ୍ନା ଏକ କ୍ଷେତରେ କିରୋସିନ ଢାଳି ପୋଡି ଦେଇଥିଲେ ।