-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)- ଉଲୁଣ୍ଡା ବ୍ଲକ କାଦୋଦର ପଂଚାୟତର ବମରାଜ ଠାରେ ସ୍ଥାନୀୟ କ୍ରିକେଟ ଏସୋସିଏସନ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ବିରସିଂହପୁରକୁ ହରାଇ ଗୁଂଜିପାଲି ଦଲ ସେମିଫାଇନାଲରେ ପ୍ରବେଶ କରିଛି । ଉଦଘାଟନୀ ଉତ୍ସବରେ ଅବଶରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଓଡିଶା ରକ୍ତଦାତା ସଂଘର ସଦସ୍ୟ ତଥା ସୋନପୁର ସଂଘର ସଭାପତି ମନୋଜ ପଣ୍ଡା ଯୋଗଦେଇ ଖେଲାଲିଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ମ୍ୟାଚରେ ବିରସିଂହପୁର ଟସ ଜିଣି ବ୍ୟାଟିଂର ନିସ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟ ହରାଇ ୯୭ ରନ କରିଥିଲେ । ଦଳ ପକ୍ଷରୁ ରଂଜିତ ମହାକୁର ସର୍ବାଧିକ ୪୭ ରନ କରିଥିଲେ । ଏହାର ଜବାବରେ କଲାପଥର ଦଳ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୭୬ ରନ କରି ପରାଜୟ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଗୁଂଜିପାଲି ଦଲ ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୭ଉଇକେଟ ହରାଇ ୧୧୬ ରନ କରିଥିଲେ । ଦଳ ପକ୍ଷରୁ କୁନା ସର୍ବଧିକ ୧୫ ବଲରେ ୫୫ ରନ କରିଥିଲେ । ୧୧୭ ରନର ବିଜୟ ଲକ୍ଷ ନେଇ ବାରଝୁଲା ଦଳ ଖେଳ ଆରମ୍ଭ କରିଥିଲେ ମଧ୍ୟ ସମସ୍ତ ଉଇକେଟ ହରାଇ ମାତ୍ର ୬୨ ରନ କରି ପରାଜୟ ହୋଇଥିଲା । ପ୍ରଥମ କ୍ୱାଟର ଫାଇନାଲରେ ବିରସିଂହପୁର ଦଲ ବ୍ୟାଟିଂ କରି ୮ ଓଭରରେ ସମସ୍ତ ଉଇକେଟ ହରାଇ ୪୪ ରନ କରିଥିବା ବେଳେ ଗୁଂଜିପାଲି ଦଲ ୬.୪ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ଖେଳକୁ ସୁଦର୍ଶନ ବଘାର ଏବଂ ମଦନ ଗୋପାଲ ନାଏକ ପରିଚାଲନା କରିଥିଲେ । ଶରତ ପଧାନ ସ୍କୋରର ଦାଇତ୍ୱ ତୁଲାଇଥିବା ବେଳେ ମହାଦୀପ ମହାକୁର ଧାରାବିବରଣୀ ପ୍ରଦାନ କରିଥିଲେ ।