-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
15-Oct-2020
କରୋନା ଭୂତାଣୁକୁ ନେଇ ସାମ୍ନାକୁ ଆସିଲା ଚିନ୍ତାଜନକ ତଥ୍ୟ। ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ କ୍ଷମତା କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ ବୋଲି ପୂର୍ବରୁ ଗବେଷକମାନେ କହୁଥିଲେ। ହେଲେ କରୋନାକୁ ରୋକିବାର ସଠିକ୍ ଉପାୟ ନୁହେଁ ବୋଲି କୁହଯାଉଛି! *ହର୍ଡ ଇମୁ୍ୟନିଟି ବା ଗୋଷ୍ଠୀ ପ୍ରତିରୋଧ କ୍ଷମତା କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ୬୦-୭୦ ପ୍ରତିଶତ ଲୋକ ସଂକ୍ରମିତ ହୋଇଗଲେ, ସେଠାରେ ହର୍ଡ ଇମ୍ୟୁନିଟି ଆସିଯିବ । କରୋନା ମହାମାରୀକୁ ଏହି ଉପାୟରେ ରୋକିହେବ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହେଉଥିବା ବେଳେ, ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧେନମ୍! *ସେ କହିଛନ୍ତି, ଏହା ନୈତିକ ନୁହେଁ କି ବିଜ୍ଞାନ ସମ୍ମତ ବି ନୁହେଁ । ହର୍ଡ ଇମୁ୍ୟନିଟି କେବଳ ଟିକାକରଣ କ୍ଷେତ୍ରରେ ପ୍ରଯୁଜ୍ୟ। କିନ୍ତୁ କରୋନା ଭଳି ଏକ ଭୟଙ୍କର ଭୂତାଣୁ ସଂକ୍ରମଣକୁ ବ୍ୟାପିବାକୁ ହର୍ଡ ଇମୁ୍ୟନିଟି ରୋକିପାରିବ, ଏହା ଆଦୌ ବିଜ୍ଞାନ ସମ୍ମତ ନୁହେଁ ବୋଲି ସେ କହିଛନ୍ତି । ଏଥିସହ ଟ୍ରେସିଂ, ଟେଷ୍ଟିଂ, ଚିକିତ୍ସା ଭିତ୍ତିଭୂମି ବୃଦ୍ଧି, ଆଇସୋଲେସନ୍ ଓ ଦୈହିକ ଦୂରତା ରକ୍ଷା ଆଦି ଉପରେ ପୁର୍ବବତ୍ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି!