-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) :ଏଡସ ନିୟନ୍ତ୍ରଣ ସମିତିର କର୍ମଚାରୀ ମାନଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ପାଇଁ ଏହି ସମିତି ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ହେଲେ ଏମାନଙ୍କ ନାର୍ଯ୍ୟଦାବି ନେଇ ରାଜ୍ୟର ସବୋଚ୍ଚ ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ କଲେ ବୋଲି ଏବେ ଏହି କର୍ମଚାରୀମାନେ ଉଚ୍ଚ ଅଧିକାରୀଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି । ଏହାର ପ୍ରତିବାଦରେ ସମିତିର କର୍ମଚାରୀ ମାନେ ଆସନ୍ତା ମାର୍ଚ୍ଚ ୮ ରେ ଭୁବନେଶ୍ୱରରେ ସମିତିର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।
ଅଭିଯୋଗଗରୁ ପ୍ରକାଶ ଏହି କର୍ମଚାରୀଙ୍କ ପ୍ରତି ବୈମାତୃକ ମନୋଭାବ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ନାର୍ଯ୍ୟଦାବି ଇ.ପି.ଏଫ, ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ ପରି ନନ-ମେଡିକୋ କ୍ୟାଡରରେ ଅନ୍ତର୍ଭୁକ୍ତ କରାନଯିବା ଠାରୁ ଆରମ୍ବ କରି କରୋନା ମୁକାବିଲାରେ ଅନ୍ୟ ସ୍ୱାସ୍ଥ୍ୟକର୍ମିଙ୍କ ପରି ସମସ୍ତ ପ୍ରକାର କାର୍ଯ୍ୟ କରି ମଧ୍ୟ ସରକାରଙ୍କ ଘୋଷଣା ଅନୁସାରେ ଅଦ୍ୟାବଧି କୌଣସି ସରକାରୀ ସୁବିଧା ପାଇ ନାହାନ୍ତି । ଏପରିକି ଏହି କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ହୋଇଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଆସିଥିବା ନିର୍ଦ୍ଦେଶକୁ ବାଟବଣା କରିବା ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀ ଷଡଯନ୍ତ୍ର ଚଲାଇଛନ୍ତି । ସେଥିପାଇଁ ଏହି କର୍ମଚାରୀ ମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବା ପାଇଁ ବିଭିନ୍ନ ପ୍ରକାର ଷଡଯନ୍ତ୍ର କରାଯାଉଛି ।