-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
12-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ): ଆଜି ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ ବିନିକା ସହର ହିରୋ ସୋରୁମ ନିକଟରେ ଛିଡା ହୋଇଥିବା ଏକ ଟ୍ରାକ୍ଟର ପଛପଟେ ବାଇକ ପିଟି ହୋଇ ଯିବାରୁ ସେଥିରେ ଥିବା ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି l ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ମିଳିଥିବା ଖବର ଅନୁସାରେ ସୁବର୍ଣ୍ଣପୁର ପଟରୁ ବିନିକା ପଟକୁ ଦ୍ରୁତ ଗତିରେ ଏକ ବାଇକରେ ଦୁଇଜଣ ବ୍ୟକ୍ତି ଆସୁଥିବା ବେଳେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରାକ୍ଟରର ପଛ ପଟେ ପିଟିହୋଇ ଛିଟିକି ପଡ଼ିଥିଲେ l ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଡାକ୍ତର ଚିକିତ୍ସା ପରେ ଦୁଇଜଣକୁ ମୃତ ଘୋଷଣା କରିଛନ୍ତି l ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡିନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି l