-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ପାଟଣାଗଡ଼ (ଗୋରେଖନାଥ ବରିହା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ମାଳୀପଡାରେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ପାରାୟଣ ଗାୟୀକା ସୁଶ୍ରୀ ବନ୍ଦିତା ନାଏକ ବ୍ୟାସ ଭାବରେ ଯୋଗଦେଇ ପାରାୟଣ ପଠନ କରିଥିଲେ । ଉଚ୍ଛବପୁଟେଲ ଓ ତାଙ୍କ ସହ ଧର୍ମିଣୀ ଯଜ୍ଞ କର୍ତ୍ତା କାର୍ଯ୍ୟ ତୁଲାଇଥିବା ବେଳେ ପଣ୍ଡିତ ଡୋଲାମଣି ରଥ ପୂଜାର୍ଚ୍ଚନା କରିଥିଲେ । ପାରାୟଣ ଗାୟିକା ସୁଶ୍ରୀ ବନ୍ଦିତା ନାଏକ ତାଙ୍କୁ ସୁମଧୁର କଣ୍ଠ ସ୍ବର ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପଟାମୁଣ୍ଡାଇର ହନୁମାନ ବେଶରେ କଲା ପରିବେଷଣ କରିଥିଲେ ଯାହାକି ଶ୍ରଦ୍ଧାଳୁମାନଙ୍କୁ ବେଶ ଆକର୍ଷଣ ଥିଲା । ପାରାୟଣ ଶ୍ରବଣ କରିବାକୁ ଆଖପାଖ ଗାଁ ର ଭକ୍ତ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏଥିରେ ମାଳୀ ପଡା ବାସୀ ସହଯୋଗ କରିଥିଲେ । ସମସ୍ତ ଶ୍ରଦ୍ଧାଳୁମାନ ଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା ।