-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||     

HOME   ବିଶେଷ

ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ନନ୍ଦକିଶୋରଙ୍କ ଲେଖନୀରୁ ଝରିପଡ଼ୁଛି ଧାଡ଼ି ଧାଡ଼ି ଛନ୍ଦ କବିତା

26-Feb-2021



ଆସିକା:(ପ୍ରେରଣା ଖବର): କବି ଶଦ୍ଦକୁ ଶବ୍ଦରେ ଛନ୍ଦି ଦୁନିଆଁ ବୁକୁରେ ଆଙ୍କି ପାରନ୍ତି ଦୀନ ଦଳିତର କରୁଣ ଛବି। ଇନ୍ଦ୍ରଧନୁର ସପ୍ତ ରଙ୍ଗକୁ ତୋଳି ଲେଖି ପକାନ୍ତି କେତେ ପ୍ରକାର କବିତା।  ଏମିତି ଜଣେ ନିଆରା କବି ହେଲେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ବି.ନୂଆଁପଲ୍ଲୀ ଗାଁର ନନ୍ଦକିଶୋର ପ୍ରଧାନ। ସେ ଜଣେ ସାଧାରଣ ମଣିଷ , ହେଲେ ଅସାଧାରଣ ପ୍ରତିଭାର ଅଧିକାରୀ। ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି,ତଥାପି ତାଙ୍କ ଲେଖନୀରୁ ଝରିପଡ଼ୁଛି ଧାଡ଼ି ଧାଡ଼ି ଛନ୍ଦ କବିତା ।

ନନ୍ଦକିଶୋର ବୟସ ୫୪ । ଘରେ ହେଉ କି ବାହାରେ, ସାଙ୍ଗସାଥୀ ମେଳରେ ହେଉ କି ସଭାସମିତିରେ  କଥା କଥାରେ କବିତା ହି ତାଙ୍କ ସ୍ୱତନ୍ତ୍ର ପରିଚୟ। ସାଂପ୍ରତିକ ସମସ୍ୟା ହେଉ ଓ ଆଖି ଆଗରେ ପଡୁଥିବା ଘଟଣାବଳୀ ଗୁଡ଼ିକ ଛନ୍ଦକବିତା ଭାବେ ତାଙ୍କ ମୁହଁରୁ ବାହାରି ଆସେ । ନନ୍ଦକିଶୋରଙ୍କ କବିତା ଗୁଡ଼ିକ, ସଚେତନ, ସମାଲୋଚନା ଓ ବ୍ୟଙ୍ଗ ଶୈଳୀରେ ରଚିତ । ମାତ୍ର ୧୫ ବର୍ଷ ବୟସରୁ ସେ ଏହି କବିତା ପ୍ରତି ଆକୃଷ୍ଟ ହୋଇଥିଲେ । ହେଲେ ଶିକ୍ଷାର ଅଭାବ ଯୋଗୁଁ ଜଣେ ଶିକ୍ଷକ ଙ୍କ ପାଖରେ କିଛି ଦିନ ଟିଉସନ୍ ଯାଇ ଅକ୍ଷର ଶିଖିଲେ। ତାପର ଠାରୁ ସେ ନିଜର ସାହିତ୍ୟ ସାଧନା ଆରମ୍ଭ କଲେ। ଗୋଟିଏ ପରେ ଗୋଟିଏ  କବିତା ଲେଖିବା ସହ ଚାଷକାର୍ଯ୍ୟ କରି ପରିବାର ଚଳାଇଲେ। ଏବେ ସେ ଜଣେ ଚର୍ଚ୍ଚିତ କବି ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି ।

ଆଜି ପର୍ଯ୍ୟନ୍ତ ନନ୍ଦକିଶୋର , ୩୦୦୦ ରୁ ଉର୍ଦ୍ଧ୍ୱ  କବିତା ଲେଖିସାରିଲେଣି । ୧୮ ଛୋଟବଡ ବହି ସଂକଳନ କରିଛନ୍ତି । ହେଲେ ଗରୀବ ଅବସ୍ଥା ଓ ଅର୍ଥାଭାବ ଯୋଗୁ , ଲିଖିତ ପାଣ୍ଡୁଲିପି ଗୁଡ଼ିକୁ ଅଖାବସ୍ତା ଭିତରେ ବାନ୍ଧି ରଖିବାକୁ ପଡୁଛି ତାଙ୍କୁ । ତେବେ ନନ୍ଦକିଶୋର ଙ୍କ ଶିକ୍ଷାଗତ ଯୋଗ୍ୟତା କଥା ଜାଣିଲେ, ଯେକେହି ଘଡ଼ିଏ ଚିନ୍ତା କରିବାକୁ ବାଧ୍ୟ ହେବେ। କାରଣ ସେ କେବେ ପାଠ ପଢ଼ିବାକୁ ସ୍କୁଲ ବାରଣ୍ଡା ମାଡ଼ିନାହାନ୍ତି।

ନନ୍ଦକିଶୋର ଙ୍କ କବିତା “ ଚିଲିକା ଦର୍ଶନୀ କ୍ଷୋଭ “ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ରେ ଆଲୋଚନା ହେବାପରେ , ତାହାର ଇଂରାଜୀ ଅନୁବାଦ , ଉତ୍ତର କୋରିଆରେ ପହଞ୍ଚିଥିଲା ଏବଂ ଉତ୍ତର କୋରିଆ ଯିବାପାଇଁ ତାଙ୍କୁ ଡାକରା ଆସିଥିଲା । ହେଲେ ପାସପୋର୍ଟ ଓ ଭିସା ହୋଇନପାରିବାରୁ ନନ୍ଦକିଶୋରଙ୍କ ବିଦେଶଗସ୍ତ ଆଶା ମଉଳିଗଲା ।

ତେବେ ଅସାଧାରଣ ପ୍ରତିଭାବର ଅଧିକାରୀ ଏହି ମଣିଷ ଜଣକ ପାଇଁ କିଛି ଲୋଡ଼ା ନାହିଁ। ରହିଛି କେବଳ ଗୋଟିଏ ଦାବି । ବସ୍ତାରେ ବାନ୍ଧି ରଖିଥିବା ପାଣ୍ଡୁଲିପି ଗୁଡ଼ିକୁ ସାଇତି ରଖିବାକୁ, ଗୋଟିଏ ନିରାପଦ ସ୍ଥାନ ଓ ପାଠକଙ୍କ  ପାଇଁ ଏକ ପାଠାଗାର ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏତକ ହୋଇଗଲେ , ସାରା ଜୀବନର ପରିଶ୍ରମ ସାର୍ଥକ ହୋଇଯିବ ବୋଲି କହନ୍ତି ନନ୍ଦକିଶୋର ।

ଅନ୍ୟପଟେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବିସୂର୍ଯ୍ୟ ବଳଦେବ ରଥ ଙ୍କ ଆଶୀର୍ବାଦ ଓ ଦୈବୀକୃପା ଦ୍ବାରା ଏଭଳି ସାହିତ୍ୟ ସାଧନା ସମ୍ଭବ ହୋଇପାରିଥିଲା କହିଛନ୍ତି ନନ୍ଦକିଶୋର । ତାଙ୍କର ଏଭଳି ବିଚକ୍ଷଣ ପ୍ରତିଭାକୁ ସମସ୍ତେ ପ୍ରଶଂସା କରିବା ସହ , ଆସନ୍ତା ଦିନରେ ଏକ ପାଠାଗାରର ବ୍ୟବସ୍ଥା କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ। ନନ୍ଦକିଶୋରଙ୍କ ଭଳି ଜଣେ ବିରଳ ପ୍ରତିଭାଙ୍କୁ ସରକାରୀ ସ୍ତରରେ ପ୍ରତ୍ସୋହାନ ଯୋଗାଇ ଦିଆଗଲେ ଜଣେ କବି ଓ ତାଙ୍କ ସୃଜନଶୀଳତା ପ୍ରତି ଶ୍ରେଷ୍ଠ ସମ୍ମାନ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   13-Oct-2026
  ଜିଲ୍ଲା  
ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   13-Oct-2026
  ଜିଲ୍ଲା  
ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   13-Oct-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର   13-Oct-2026
  ଜିଲ୍ଲା  
ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   13-Oct-2026
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026

You Might Also Like