-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ଭଞ୍ଜନଗର(ପ୍ରେରଣା ଖବର) ଜଙ୍ଗଲରୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର। ବେକର ଚୁନୀ ଲାଗିଥିବା ଅବସ୍ଥାରେ ଯୁବତୀ ଗଛରେ ଝୁଲି ରହିଥିବା ବେଳେ ଯୁବକଙ୍କ ଗଳିତ ମୃତଦେହ ତଳେ ପଡି ରହିଛି। ବର୍ତ୍ତମାନ ସୁଦ୍ଧା ମୃତ ୨ ଜଣଙ୍କ ପରିଚୟ ମିଳି ନାହିଁ। ଜଙ୍ଗଲରେ ନିଆଁ ଲାଗିଥିବା ଯୋଗୁଁ ମୃତକଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରୁ ୨ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।ଗୁରୁବାର ସକାଳୁ ବନ କର୍ମଚାରୀ ୨ ମୃତଦେହ ଦେଖିବା ପରେ ସ୍ଥାନୀୟ ଗାଙ୍ଗପୁର ପୋଲିସକୁ ଫୋନ କରିଥିଲେ। ପୋଲିସ ଏବଂ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ପ୍ରେମ ବ୍ୟାପରରୁ ୨ ଜଣଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଅଞ୍ଚଳ ଲୋକମାନଙ୍କ ମୁହିଁରୁ ଶୁଣିବାକୁ ମିଳୁଛି।