-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2021
ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ) ବଲାଙ୍ଗୀର ଜିଲ୍ଲା ସଇଁତଲା ବଡ଼ମାଲ ଗୋଳାବାରୁଦ କାରଖାନାରେ ଅଭାବନୀୟ ଘଟଣା। କାରଖାନାରେ DSC ସୁରକ୍ଷା କର୍ମୀ ଭାବେ ଅବସ୍ଥାପିତ ଥିବା ଲଳିତ ରାୟ ଗତକାଲି ରାତିରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଲିଛି । ୨୦୧୯ରେ ବିବାହ କରିଥିଲେ ଲଳିତ।
ପାରିବାରିକ କଳହ ଥିବା ଜଣାପଡିଛି। ଖବର ପାଇ ଅନ୍ୟ ସୁରକ୍ଷା କର୍ମୀ ଓ କର୍ମଚାରୀ ମାନେ ତାଙ୍କୁ ଗୋଳାବାରୁଦ କାରଖାନା ଭିତରେ ଥିବା ମେଡିକାଲକୁ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ରାତିରେ ମୃତ ଦେହକୁ ଗୋଳାବାରୁଦ କାରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ରାତିରେ କାରଖାନା ଭିତରକୁ କାହାରିକୁ ଅନୁମତି ନଥିବାରୁ ଆଜି ସକାଳୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପାରିବାରିକ କଳହରୁ ଲଲିତ ଆତ୍ମହତ୍ୟା କରିଛନ୍ତି ନା କଣ ରହିଛି ମୃତ୍ୟୁ ପଛର ରହସ୍ୟ। ତଦନ୍ତ ପରେ ସ୍ପଷ୍ଟ ହେବ।