-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
ନୀଳଗିରି,(ପ୍ରେରଣା ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ଜଗମୋହନପୁର ଫରେଷ୍ଟ ବିଟ ଅଞ୍ଚଳରେ ନରହନ୍ତା ଦନ୍ତାର ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ମଣିଷ ମାରୁଛି ଦନ୍ତା ।
ଗତ ୧୬ ତାରିଖ ବିଳମ୍ବିତ ରାତିରେ ଜଗମୋହନପୁର ଗାଁରେ ପଶି ଜାନକୀ ପ୍ରଧାନଙ୍କୁ ଘରୁ ଟାଣିନେଇ କଚାଡି ମାରିଥିବା ବେଳ ମଙ୍ଗଳବାର ବିଳମ୍ବିତ ରାତିରେ ସଲେଇକେନା ଗାଁରେ ପଶି ଏକର ଏକର ବିଲାତି ଫସଲ ନଷ୍ଟ କରିଛି । ଏହା ସହ ଚାଷୀ କନକ କିଶାନ ଓ ରାଜୀବ କିଶାନଙ୍କ ସାଇକେଲ ଓ ପାଣି ପମ୍ପକୁ କଚାଡି ଭାଙ୍ଗି ଦେଇଛି ।ବିକ୍ରି ପାଇଁ ରଖା ଯାଇଥିବା ବିଲାତି ଗୁଡିକୁ ଦନ୍ତା ଦଳିଚକଟି ନଷ୍ଟ କରିପକାଇଛି । ଫସଲ ଜଗିବା ପାଇଁ ତିଆରି ହୋଇ ଥିବା ଦୁଇଟି ମଞ୍ଚା କୁ ମଧ୍ୟ ଭାଙ୍ଗି ଦେଇଛି ।
ଆହୁରି ମଧ୍ୟ ରାତିରେ ଦୁଇଜଣ ଚାଷୀ ସର୍ମ୍ପକୀୟଙ୍କ ବାହାଘର ଭୋଜିରେ ଯୋଗଦେବାକୁ ଯାଇଥିବାରୁ ହାତୀ କବଳରୁ ଅଳ୍ପକେ ବର୍ତିଯାଇଥିଲେ । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ।ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହେଉଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।